ସୁମିତ ବିଓବିର ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର,୨୫।୬: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି) ର ନୂତନ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ଭାରତୀୟ ଟେନିସ୍‌ ଖେଳାଳି ସୁମିତ ନାଗଲଙ୍କୁ ନିଯୁକ୍ତି ଦିଆଯାଇଛି। ଏପରିକି ଉଦୀୟମାନ ତଥା ପ୍ରତିଭାବାନ ଏବଂ ଉଚ୍ଚାକାଂକ୍ଷୀ ଭାରତୀୟ କ୍ରୀଡ଼ାବିତମାନେ ବିଶ୍ୱସ୍ତରରେ ଶ୍ରେଷ୍ଠ ଖେଳାଳିଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚେଷ୍ଟା କରୁଥିବାରୁ ସେମାନଙ୍କୁ ସହଯୋଗ କରିବା ପାଇଁ ବ୍ୟାଙ୍କର ଦୀର୍ଘଦିନର ନୀତି ସହିତ ଏହି ପଦକ୍ଷେପ ନିଆଯାଇଛି। ୨୬ ବର୍ଷ ବୟସ୍କ ସୁମିତ ନାଗଲଙ୍କୁ ବ୍ୟାଙ୍କ ପକ୍ଷରୁ ରଣନୀତିକ ଭାବେ ଏହି ସେଗମେଣ୍ଟ ପାଇଁ ଡିଜାଇନ୍‌ କରାଯାଇଥିବା ବିଭିନ୍ନ ପ୍ରଡକ୍ଟ ସହିତ ଯୁବକ ଏବଂ ନୂଆ ପିଢ଼ିର ଗ୍ରାହକଙ୍କୁ ଟାର୍ଗେଟ କରାଯିବ। ସୁମିତ ବିଓବି ଏଣ୍ଡୋର୍ସର ଏକ ଚମତ୍କାର ଲାଇନ୍‌ ଅପ୍‌ରେ ସାମିଲ ହୋଇଛନ୍ତି, ଯେଉଁଥିରେ ବ୍ୟାଡମିଣ୍ଟନ୍‌ ତାରକା ପିଭି ସିନ୍ଧୁ ଏବଂ କ୍ରିକେଟ୍‌ର ଯୁବ ଆଇକନ୍‌ ଶେଫାଲି ବର୍ମା ରହିଛନ୍ତି।
ଏ ସମ୍ପର୍କରେ ବିଓବିର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଦେବଦତ୍ତ ଚାନ୍ଦ କହିଛନ୍ତି, ଭାରତର କିଛି ପ୍ରତିଭାବାନ କ୍ରୀଡ଼ା ପ୍ରତିଭାଙ୍କ ସହ ଭାଗୀଦାରି କରିବା ଏବଂ ସେମାନଙ୍କ କ୍ୟାରିୟରର ପ୍ରାରମ୍ଭରେ ସହଯୋଗ କରିବାର ସମୃଦ୍ଧ ପରମ୍ପରା ରହିଛି। ବିଓବି ପରିବାରରେ ସୁମିତ ନାଗଲଙ୍କୁ ସ୍ବାଗତ କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ସେହିଭଳି ସୁମିତ ନାଗଲ କହିଛନ୍ତି, ବିଓବି ସହ ସାମିଲ୍‌ ହୋଇ ମୁଁ ଗର୍ବ ଅନୁଭବ କରୁଛି ଏବଂ ମୋ ଉପରେ ଭରସା ରଖିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍‌ ଇଲେକ୍ଟ୍ରୋନିକ୍ସରେ ଫେଷ୍ଟିଭାଲ ଅଫର

ଭୁବନେଶ୍ୱର,୫।୧୦: ରାଜ୍ୟର ଅଗ୍ରଣୀ ରିଟେଲ ଚେନ୍‌ ରାଜ୍‌ ଇଲେକ୍ଟ୍ରୋନିକ୍ସର ବହୁ ପ୍ରତୀକ୍ଷିତ ‘ଫେଷ୍ଟିଭାଲ ଅଫର’ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଦୀର୍ଘ ୩୬ ବର୍ଷ ଧରି ସମଗ୍ର...

ତନିସ୍କର ନୂତନ କଲେକ୍ସନ ‘ନବ-ରାଣୀ’

ଭୁବନେଶ୍ୱର,୫।୧୦: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଭାରତୀୟ ଗହଣା ବ୍ରାଣ୍ଡ ତନିସ୍କର ନୂତନ କଲେକ୍ସନ (ଫେଷ୍ଟିଭ୍‌ କଲେକ୍ସନ)‘ନବ-ରାଣୀ’ସମ୍ଭାରର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ଆଧୁନିକ...

ଆଲିଶାନ୍‌ର ‘ପୂଜା ପାୱାର’ ଅଫର

ଭୁବନେଶ୍ୱର,୫।୧୦: ଭୁବନେଶ୍ୱରର ଅଗ୍ରଣୀ ଗାର୍ମେଣ୍ଟ ବ୍ରାଣ୍ଡ ତଥା ସ୍ବତଃ ପୁରୁଷ (ମେନ୍ସ ଏକ୍ସକ୍ଲୁସିଭ) ପରିଧାନ ଶୋ’ରୁମ୍‌ ଆଲିଶାନ୍‌ର ବହୁ ପ୍ରତୀକ୍ଷିତ ପାର୍ବଣ ଅଫର ‘ପୂଜା ପାୱାର’ର...

ଭୁବନେଶ୍ୱରରେ କିସ୍ନାର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୫।୧୦: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ କିସ୍ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲେରିର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଶୁକ୍ରବାର ଭୁବନେଶ୍ୱରର ନନ୍ଦନକାନରୋଡ୍‌ଠାରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ଓଡ଼ିଶା...

ସର୍ବୋଚ୍ଚ ସ୍ତରରେ ସୁନା ଦର

ନୂଆଦିଲ୍ଲୀ,୫।୧୦ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀର ପ୍ରଭାବ ଘରୋଇ ଅଳଙ୍କାର ବଜାର ଉପରେ ପଡ଼ିଛି। ଫଳରେ ଭାରତରେ ସୁନା ଦର ସର୍ବୋଚ୍ଚ ସ୍ତରରେ...

ବିଗେଷ୍ଟ ଓଲା ସିଜନ ସେଲ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ,୫।୧୦: ଓଲା ଇଲେକ୍‌ଟ୍ରିକ୍‌ର ବହୁ ପ୍ରତୀକ୍ଷିତ ଅଭିଯାନ (କ୍ୟାମ୍ପେନିଂ) ତଥା ଚଳିତ ପାର୍ବଣ ଋତୁରେ ବିଗେଷ୍ଟ ଓଲା ସିଜନ ସେଲ୍‌ (ବସ୍‌)ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି...

ପାର୍ବଣରେ ୫୦ ହଜାର କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୫।୧୦ (ଅନୁରାଧା ମହାରଣା): ନବରାତ୍ରିରେ ରାମଲୀଲା ଗରବା ଏବଂ ଦାଣ୍ଡିଆ ଉସତ୍ବ ପ୍ରତିବର୍ଷ ସାରା ଦେଶରେ ୧୦ ଦିନ ପାଳନ କରାଯାଉଥିବାବେଳେ ଦେଶରେ ବ୍ୟବସାୟିକ କ୍ଷେତ୍ରରେ...

ଇଣ୍ଡିଆ ପୋଷ୍ଟ ସହ ଆମାଜନ୍‌ର ବୁଝାମଣା

ନୂଆଦିଲ୍ଲୀ,୫।୧୦: ଇଣ୍ଡିଆ ପୋଷ୍ଟ ଏବଂ ଆମାଜନ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷକରି ଆମାଜନ୍‌ ଟ୍ରାନ୍ସପୋର୍ଟେଶନ ସର୍ଭିସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଓ ଡିପାର୍ଟମେଣ୍ଟ ଅଫ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri