ଫେରାର ହୋଇ ନ ଥିବା ଅଡିଓ ଜାରି କଲେ ସୁମିତ

ଆସିକା,୧୭ା୧୨(ଡି.ଏନ୍‌.ଏ.):ବ୍ରହ୍ମପୁର ବ୍ରହ୍ମାନଗରର ଡାକ୍ତର ସୁମିତ ସାହୁ ଓ ସ୍ତ୍ରୀ ତପସ୍ବିନୀ ଦାଶଙ୍କ ମଧ୍ୟରେ ଚାଲିଥିବା ବିବାଦ ତୁଟିବା ନାଁ ଧରୁନି । ଏହି ପାରିବାରିକ ବିବାଦ ଅଦାଲତରେ ବିଚାରାଧୀନ ରହିଛି। ଆସିକା ଚିନିଶିଳ୍ପ ଅତିଥି ଭବନରୁ ଗତ ୧୦ ତାରିଖରୁ ତପସ୍ବିିନୀଙ୍କୁ ଛାଡ଼ି ପଳାଇ ଯାଇଥିବା ସୁମିତ ଗୁରୁବାର ମୁହଁ ଖୋଲିଛନ୍ତି। ସୁମିତ ଏକ ଅଡିଓ ଟେପ୍‌ ଜାରି କରି ସେ ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିବା ଜଣାଇଛନ୍ତି। ସେଥିଯୋଗୁ ତପସ୍ବିନୀଙ୍କ ସହ ରହି ବିଶ୍ରାମ ନେବା ଅସମ୍ଭବ ମନେକରି ଡାକ୍ତରଙ୍କ ପରାମର୍ଶକ୍ରମେ ଅଲଗା ରହିଥିବା ସେ କହିଛନ୍ତି। ଫେରାର୍‌ ହେବା, ଅପହରଣ କରାଯାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ତପସ୍ବିନୀ ବଦନାମ କରିବା ଲାଗି ଗଣମାଧ୍ୟମ ଆଗରେ ଉଦ୍ୟମ ଚଳାଇଛନ୍ତି ା ମୋତେ ଓ ମୋ ପରିବାର ବିରୋଧରେ ଏହା ଏକ ଷଡ଼ଯନ୍ତ୍ର ବୋଲି ସୁମିତ ଅଭିଯୋଗ କରିଛନ୍ତି। ତପସ୍ବିନୀ ଫୌଜଦାରୀ ମାମଲା ରୁଜୁ କରିବା ପରେ ବି କାହିଁକି ତାଙ୍କ ସହିତ ରହିବାକୁ ଚାହୁଁଛନ୍ତି ବୋଲି ସୁମିତ ପ୍ରଶ୍ନ କରିଛନ୍ତି ା ୭ଦିନ ଧରି ଚିନିଶିଳ୍ପ ଅତିଥି ଭବନରେ ତପସ୍ବିନୀଙ୍କ ସହ ରହିଥିଲେ ମଧ୍ୟ ସମ୍ପର୍କ ଆଗକୁ ବଢ଼ି ନ ଥିବା ସେ ସ୍ପଷ୍ଟ କରିଛନ୍ତି। କିନ୍ତୁ ସୁମିତଙ୍କ ଦରମା ବନ୍ଦ ନେଇ ଚର୍ଚ୍ଚା ହେଉଥିବା ବେଳେ ଏ ନେଇ ଉପରିସ୍ଥ ଅଧିକାରୀଙ୍କଠାରୁ କୌଣସି ସୂଚନା ମିଳିନାହିଁ।
ଅନ୍ୟପକ୍ଷରେ ଅଡିଓ ଟେପ୍‌ ସମ୍ପର୍କରେ ଜାଣିବା ପରେ ତପସ୍ବିନୀ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ମୋ ପରିବାରର ସେଭଳି ସମ୍ପତ୍ତି କି କ୍ଷମତା ନାହିଁ। ତେଣୁ ସୁମିତ ସମ୍ପର୍କର ଦ୍ୱାହି ଦେଇ ଖେଳୁଛନ୍ତି। ସୁମିତ ପ୍ରଥମେ ସମ୍ପର୍କ ସ୍ଥାପନ କରି ପରେ ରେଜିଷ୍ଟ୍ରି ବିବାହ କଲେ। ନିଜ ଘରେ ରଖିବା ପରେ ଗର୍ଭନଷ୍ଟ ମଧ୍ୟ କରିଥିଲେ ା ଶେଷରେ ଘରୁ ତଡ଼ିଦେଇ କ’ଣ ଠିକ କଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ଶୁକ୍ରବାର ଅଦାଲତରେ ତାରିଖ ଥିବା ବେଳେ ଦିନକ ପୂର୍ବରୁ ଏଭଳି ଅଡିଓ ଜାରି କରିବାର ଉଦ୍ଦେଶ୍ୟ କ’ଣ ବୋଲି ସେ ପଚାରିଛନ୍ତି। ହାର୍‌ ମାନିବିନି, ନ୍ୟାୟ ପାଇଁ ଲଢ଼େଇ ଜାରି ରଖିବି ବୋଲି ତପସ୍ବିନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Sonakshi sinha divorce:ଜହିର ଇକବାଲଙ୍କଠାରୁ ତଲାକ ନେବେ ସୋନାକ୍ଷୀ ସିହ୍ନା? ମୁସଲିମ ପତିଙ୍କଠାରୁ ଅଲଗା ହେବାକୁ ରଖିଲେ ଏମିତି ସର୍ତ୍ତ

ମୁମ୍ବାଇ: ସୋନାକ୍ଷୀ ସିହ୍ନା ତାଙ୍କର ଦୀର୍ଘ ଦିନର ପ୍ରେମିକ ଜାହିର ଇକବାଲଙ୍କୁ ୨୩ ଜୁନ ୨୦୨୪ରେ ବିବାହ କରିଥିଲେ। ପରିବାର ବ୍ୟତୀତ ଅଭିନେତ୍ରୀଙ୍କ ନିକଟତର ବନ୍ଧୁମାନେ...

କିଏ ଅଧିକ ପାଓ୍ବାରଫୁଲ୍‌, ରାଷ୍ଟ୍ରପତି ନା ସୁପ୍ରିମକୋର୍ଟ: ଜାଣନ୍ତୁ କ’ଣ ଅଛି ନିୟମ

ନୂଆଦିଲ୍ଲୀ,୧୭।୪: ତାମିଲନାଡୁରେ ରାଜ୍ୟ ସରକାର ବନାମ ରାଜ୍ୟପାଳ ବିବାଦ ଏବେ ସୁପ୍ରିମକୋର୍ଟ ଏବଂ ରାଷ୍ଟ୍ରପତିଙ୍କ କ୍ଷମତା ପର୍ଯ୍ୟନ୍ତ ପହଞ୍ଚିଛି। ସୁପ୍ରିମକୋର୍ଟ ବିଲ ପାସ କରିବା ପାଇଁ...

ନାରୀ ସୁରକ୍ଷାକୁ ନେଇ କଂଗ୍ରେସର ମଶାଲ ଶୋଭାଯାତ୍ରା

କେସିଙ୍ଗା,୧୭।୪,(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ନାରୀ ସୁରକ୍ଷାକୁ ନେଇ କଂଗ୍ରେସ ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଥିଲା। ଓଡ଼ିଶାରେ ଭାରତୀୟ...

ଓଡ଼ିଶାକୁ ୪ ହଜାର କୋଟିର ପ୍ରକଳ୍ପ ଭେଟି ଦେଲେ ଗଡକରୀ, ୬ ଲେନ୍‌ ହେବ ପୁରୀ-ଭୁବନେଶ୍ୱର ରାସ୍ତା

ଭୁବନେଶ୍ୱର,୧୭।୪: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଗୁରୁବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଏହି ଅବସରରେ ଗଡ଼କରୀ...

Murshidabad Violence: ‘ଏବେ ନିୟନ୍ତ୍ରଣରେ ଅଛି ହିଂସା’ , ହାଇକୋର୍ଟରେ ଦାବି କଲେ ମମତା ସରକାର

କୋଲକାତା,୧୭।୪: ପଶ୍ଚିମବଙ୍ଗ ସରକାର ଗୁରୁବାର (୧୭ ଏପ୍ରିଲ, ୨୦୨୫) କଲିକତା ହାଇକୋର୍ଟରେ ଏକ ରିପୋର୍ଟ ଦାଖଲ କରି ଦାବି କରିଛନ୍ତି ଯେ ହିଂସା ପ୍ରଭାବିତ Murshidabad...

House Roof: ପ୍ରତି ଘରର ଛାତ ହେବ ଏକା ଭଳି! ୟୁପିର ଏହି ଜିଲାରେ ସରକାରୀ ବିଭାଗର ନୁଆ ଆଦେଶ

ମେରଠ,୧୭।୪: ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି, MEDAର ବୋର୍ଡ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କୋଠାଗୁଡ଼ିକର ତାପମାତ୍ରା ହ୍ରାସ କରିବା ଏବଂ ବିଦ୍ୟୁତ ସଞ୍ଚୟ...

Waqf Amendment Act 2025: ମଝିରେ କିଛି କୁହନ୍ତୁ ନାହିଁ, କପିଲ ସିବଲଙ୍କୁ କାହିଁକି ଏମିତି କହିଲେ CJI?

ନୂଆଦିଲ୍ଲୀ,୧୭।୪: ସୁପ୍ରିମକୋର୍ଟ ଖଣ୍ଡପୀଠ ୱାକଫ ସଂଶୋଧନ ଆଇନ ସମ୍ପର୍କରେ ଦାଖଲ ହୋଇଥିବା ଆବେଦନଗୁଡ଼ିକର ଶୁଣାଣି ଗୁରୁବାର କରିବାକୁ ବସିଥିଲେ। କୋର୍ଟ ଆଇନ ଉପରେ ସ୍ଥଗିତାଦେଶ ଦେଇନାହାଁନ୍ତି,...

ବିଜୁ ପଟ୍ଟନାୟକଙ୍କ ଜୀବନ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ବାନ

ପାଟଣା,୧୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜୁ ପଟ୍ଟନାୟକଙ୍କ ୨୮ତମ ତିରୋଧାନ ବିଜେଡି ପକ୍ଷରୁ ଗୁରୁବାର ଟାଙ୍ଗରପଡ଼ା ମଠରେ ପାଳିତ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image