ସୁମିତ-ତପସ୍ବିନୀ ମାମଲା, ପ୍ରଥମ କାଉନସେଲିଂ ସଫଳ

କଟକ ଅଫିସ,୯।୪: ବହୁଚର୍ଚ୍ଚିତ ବ୍ରହ୍ମପୁର ବ୍ରହ୍ମାନଗର ଡାକ୍ତର ସୁମିତ ସାହୁ-ତପସ୍ବିନୀ ଦାଶଙ୍କ ପାରିବାରିକ ବିବାଦ ମାମଲା ହାଇକୋର୍ଟରେ ବିଚାରାଧୀନ ରହିଛି। ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଏପ୍ରିଲ ୯ ତାରିଖରେ ଉଭୟ ପକ୍ଷ କାଉନସେଲିଂ କେନ୍ଦ୍ରରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଶନିବାର ପ୍ରଥମ ଥର ପାଇଁ ସୁମିତ ଓ ତପସ୍ବିନୀ କେନ୍ଦ୍ରରେ ହାଜର ହୋଇଥିଲେ । ପ୍ରାୟ ୩ ଘଣ୍ଟା ଧରି ଚାଲିଥିବା ଏହି କାଉନସେଲିଂ ସଫଳ ହୋଇଥିବା ତପସ୍ବିିନୀ କହିଛନ୍ତି।
ଅନ୍ୟପକ୍ଷେ ଏହି କାଉନସେଲିଂ ବାବଦରେ ସୁମିତ ବିଶେଷ କିଛି କହି ନ ଥିଲେ ମଧ୍ୟ ପ୍ରଥମ ଦିନର କାଉନସେଲିଂ ଫଳପ୍ରଦ ହୋଇଥିବା ସୁମିତଙ୍କ ଓକିଲ କହିଛନ୍ତି।
ତେବେ କାଉନସେଲିଂ ଉଭୟଙ୍କୁ ପୁଣି ଥରେ ଏକାଠି କରିବା ଦିଗରେ ସହଯୋଗ କରିବ ବୋଲି ତପସ୍ବିନୀ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ସକାରାତ୍ମକ ଆଲୋଚନା ହୋଇଥିବା ତପସ୍ବିନୀଙ୍କ ଓକିଲ କହିଛନ୍ତି। ଆସନ୍ତା ୧୧ ତାରିଖରେ ପୁଣି ଥରେ ଏହି ମାମଲାର ଶୁଣାଣି ହେବ।

Share