ସୁମିତ୍‌-ତପସ୍ବିନୀ ମାମଲା: ଆବେଦନ ଖାରଜ କଲେ ଏସ୍‌ଡିଜେଏମ କୋର୍ଟ

ବ୍ରହ୍ମପୁର ଅଫିସ, ୧୭।୦୧: ବହୁ ଚର୍ଚ୍ଚିତ ସୁମିତ୍‌ ସାହୁ ଏବଂ ତପସ୍ବିନୀ ଦାଶ ମାମଲା ଦିନକୁ ଦିନ ନୂଆ ନୂଆ ମୋଡ ନେଉଛି। ତପସ୍ବିନୀଙ୍କୁ ନ ରଖିବା କେସ୍‌ରେ ପ୍ରଥମେ ଏସ୍‌ଡିଜେଏମ ଏବଂ ପରେ ଜିଲା କୋର୍ଟରୁ ନିରାଶ ହୋଇଛନ୍ତି ସୁମିତ୍‌ । ତପସ୍ବିନୀ କୋର୍ଟଙ୍କ ନିଷ୍ପତ୍ତି କ୍ରମେ ସୁମିତ୍‌ଙ୍କ ଘରେ ରହିଛନ୍ତି। ତେବେ ତପସ୍ବିନୀ ଘରେ ରହିଲେ ତାଙ୍କ ପରିବାର ଅସୁରକ୍ଷିତ ରହିବା ନେଇ ସୁମିତ୍‌ ଏସ୍‌ଡିଜେଏମ କୋର୍ଟରେ ଆବେଦନ କରିଥିଲେ। ତେବେ ଏସ୍‌ଡିଜେଏମ କୋର୍ଟ ସୋମବାର ଏହାର ଶୁଣାଣି କରି ପିଟିସନକୁ ଖାରଜ କରିଥିବା କହିଛନ୍ତି ତପସ୍ବିନୀଙ୍କ ଓକିଲ ଦୀପକ ପଟ୍ଟନାୟକ। ସେପଟେ ଏସଡିଜେଏମ କୋର୍ଟଙ୍କ ଏଭଳି ରାୟକୁ ଚ୍ୟାଲେଞ୍ଜ କରି ଉପର କୋର୍ଟ ଯିବୁ ବୋଲି ସୁମିତ୍‌ଙ୍କ ଓକିଲ ସୁରେନ୍ଦ୍ର ବେହେରା କହିଛନ୍ତି ।

Share