ବ୍ରହ୍ମପୁର ଅଫିସ,୩୧।୩: ଡାକ୍ତର ସୁମିତ୍ ସାହୁ-ତପସ୍ବିନୀ ଦାସଙ୍କ ବିବାଦ ମାମଲା ଥମିବାର ନାଁ ନେଉନାହିଁ। ଆସନ୍ତା ୯ ତାରିଖରେ ହାଜର ହେବା ଲାଗି ସ୍ତ୍ରୀ-ସ୍ବାମୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁମିତ୍ ନେଇଥିବା ଭଡ଼ା ଘରକୁ ଯାଇ ଉଭୟଙ୍କୁ ଭିଡିଓ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭିଡ଼ିଓରେ ଘରଟି ରହିବାଯୋଗ୍ୟ କି ନୁହେଁ ଏବଂ ସୁମିତ୍ ସରକାରୀ କ୍ୱାଟର ପାଇଛନ୍ତି କି ନାହିଁ ତାହା ସତ୍ୟପାଠରେ ଜଣାଇବେ। ତେବେ ଆସନ୍ତା ୩୦ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।