ହାଇକୋର୍ଟ ଗଲେ ସୁମିତ୍‌ଙ୍କ ବାପା

ବ୍ରହ୍ମପୁର ଅଫିସ,୧୦।୧: ବ୍ରହ୍ମପୁର ବ୍ରହ୍ମାନଗରର ବହୁଚର୍ଚ୍ଚିତ ତପସ୍ବିନୀ ଦାଶ ଓ ସୁମିତ ସାହୁଙ୍କ ପାରିବାରିକ ବିବାଦ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି। ସୁମିତଙ୍କ ପରିବାର ଉପରେ ତପସ୍ବିନୀ ଦେଇଥିବା ପିଟିଶନର ଆଜି ଶୁଣାଣି ଏସଡିଜେଏମ୍‌ କୋର୍ଟରେ ହେବାର ଥିଲା। ତେବେ ଆଜି ସୁମିତ୍‌ଙ୍କ ବାପା ପ୍ରମୋଦ ସାହୁ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ୨୦ରେ ଘଟିଥିବା ଘଟଣାରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ସେ ହାଇକୋର୍ଟ ଯାଇଛନ୍ତି। ଗତ ୨୦ରେ ତପସ୍ବିନୀଙ୍କୁ ଶାଶୁ ଘରେ ପ୍ରବେଶ ପାଇଁ କିଛି ମହିଳା ପ୍ରମୋଦଙ୍କ ଘର ଗେଟ୍‌ ଭାଙ୍ଗିଥିଲେ । ଭଙ୍ଗାରୁଜା ହେବା ନେଇ ସୁମିତ୍‌ଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ।

Share