ଭୁବନେଶ୍ବର,୧୦।୫(ବ୍ୟୁରୋ): ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ସମସ୍ତ ହିତାଧିକାରୀଙ୍କୁ ଗ୍ରୀଷ୍ମକାଳୀନ ସହାୟତା ମିଳିବ। ଜାତୀୟ ସାମାଜିକ ସହାୟତା କାଯର୍ର୍ୟକ୍ରମ ଓ ମଧୁବାବୁ ପେନ୍ସନ୍ ଯୋଜନାରେ ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମ ଓ ଅନ୍ୟାନ୍ୟ ବର୍ଗରେ ଭତ୍ତା ପାଉଥିବା ହିତାଧିକାରୀମାନଙ୍କୁ ଗ୍ରୀଷ୍ମକାଳୀନ ସହାୟତା ମିଳିବ। ଏହା ବାବଦରେ ଅତିରିକ୍ତ ୧୦୦ ଟଙ୍କା ଲେଖାଏ ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଚଳିତ ମାସ ୧୫ ତାରିଖରେ ସେମାନଙ୍କ ନିୟମିତ ଭତ୍ତା ସହିତ ଏହା ପ୍ରଦାନ କରାଯିବ। ଏ ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।