ୟୁରୋପର ସାଇଲେଣ୍ଟ କିଲର୍‌! ନେଲାଣି ୬୨ହଜାର ଜଣଙ୍କ ଜୀବନ

ମ୍ୟାଡ୍ରିଡ୍‌,୧୧।୭: ୟୁରୋପର ସାଇଲେଣ୍ଟ କିଲର୍‌। ଏକ ଅଧ୍ୟୟନରେ ପ୍ରକାଶ ପାଇଛି ଯେ, ଏହି ସାଇଲେଣ୍ଟ କିଲର୍‌ ନେଲାଣି ୬୨ହଜାର ଜଣଙ୍କ ଜୀବନ। ଆମେ କହୁଛୁ ୟୁରୋପର ସାଇଲେଣ୍ଟ କିଲର୍‌ ଅର୍ଥାତ୍‌ ଗ୍ରୀଷ୍ମତାପ।

ଗତ ବର୍ଷ ୟୁରୋପର ପ୍ରବଳ ଗରମ ଯୋଗୁ ୬୨ହଜାର ଲୋକ ପ୍ରାଣ ହରାଇଛନ୍ତି। ନେଚର ମେଡିସିନ ଜର୍ଣ୍ଣାଲର ଏକ ରିପୋର୍ଟ ଅନୁଯାୟୀ, ଗତ ବର୍ଷ ମେ ୩୦ ରୁ ସେପ୍ଟେମ୍ବର ୪ ମଧ୍ୟରେ ୟୁରୋପରେ ପ୍ରବଳ ଗରମ ସମ୍ବନ୍ଧିତ ରୋଗ ଯୋଗୁ ୬୧,୬୭୨ ଲୋକ ପ୍ରାଣ ହରାଇଛନ୍ତି।

ଇଟାଲୀରେ ସର୍ବାଧିକ ୧୮ହଜାର ସ୍ପେନରେ ୧୧ହଜାରରୁ ଅଧିକ ଏବଂ ଜର୍ମାନୀରେ ପ୍ରାୟ ୮ହଜାର ଲୋକ ମୃତ୍ୟୁ ବରଣ କରିଛନ୍ତି। ରିପୋର୍ଟରୁ ଏହା ବି ଜଣାପଡିଛି କି, ତାପମାତ୍ରା ବୃଦ୍ଧିରେ ବୃଦ୍ଧ ଓ ମହିଳା ଅଧିକ ଶିକାର ହେଉଛନ୍ତି। ଏହି ୬୨ହଜାର ମୃତକଙ୍କ ମଧ୍ୟରୁ ୬୩ଶତକଡା ମହିଳା ଗରମ ଯୋଗୁ ପ୍ରାଣ ହରାଇଛନ୍ତି। ପ୍ରାୟ ୨୦ବର୍ଷ ପୂର୍ବେ, ୨୦୦୩ରେ ପ୍ରବଳ ଗ୍ରୀଷ୍ମ ଲହରୀ ଯୋଗୁ ୭୦ହଜାର ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା।

Share