ଟେକ୍ସାସରେ ଗ୍ରୀଷ୍ମଲହରି: ୧୩ ମୃତ

ଓ୍ବାଶିଂଟନ,୩୦ା୬: ଟେକ୍ସାସ୍‌ ଏବଂ ଲୁଇସିଆନାରେ ପ୍ରବଳ ଗ୍ରୀଷ୍ମ ଲହରି ଜାରି ରହିଛି। ଅସହ୍ୟ ଗ୍ରୀଷ୍ମ ପ୍ରଭାବରେ ଟେକ୍ସାସରେ ୧୩ ଜଣଙ୍କ ମୃତ୍ୟୁ ଘଟିଲାଣି। ମିସିସିପି ଏବଂ ଟେନିସିରେ ତାପମାତ୍ରା ୩ ଅଙ୍କରେ ପହଞ୍ଚତ୍ପାରେ ବୋଲି ସରକାର ସତର୍କ କରାଇଛନ୍ତି। କାଲିଫର୍ନିଆରେ ଚଳିତ ବର୍ଷର ପ୍ରଥମ ସର୍ବାଧିକ ଗ୍ରୀଷ୍ମଲହର ଅନୁଭୂତ ହୋଇଛି। ଦକ୍ଷିଣପୂର୍ବ ଅଞ୍ଚଳରେ ତାପମାତ୍ରା ୧୦୦ ଡିଗ୍ରୀ ଫାରେନ୍‌ହାଇଟ (୩୮ ଡିଗ୍ରୀ ସେଲ୍‌ସିୟସ୍‌) ଅତିକ୍ରମ କରିବାକୁ ଯାଉଥିବାବେଳେ କେତେକ ଅଞ୍ଚଳରେ ଏଡା ୧୧୫ ଡିଗ୍ରୀ ଫାରେନ୍‌ହାଇଟ୍‌ (୪୬ ଡିଗ୍ରୀ ସେଲ୍‌ସିୟସ)ରେ ପହଞ୍ଚତ୍ବ ବୋଲି ଆଶଙ୍କା କରାଯାଉଛି।

Share