Posted inଜାତୀୟ

ଅଧିକ ପ୍ରଖର ହେବ ଗ୍ରୀଷ୍ମଲହର:ସତର୍କ କଲେ ଆଇଏମ୍‌ଡି ଡିଜି

ନୂଆଦିଲ୍ଲୀ,୧୧ା୬:ଜଳବାୟୁରେ ପରିବର୍ତ୍ତନ ଯୋଗୁ ଭାରତରେ ଗ୍ରୀଷ୍ମଲହର ଅଧିକ ପ୍ରଖର ହେବା ସହ ଦୀର୍ଘଦିନ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଜନସାଧାରଣ ଆଗାମୀ ଦିନରେ ଅଧିକ ଯନ୍ତ୍ରଣାଦାୟକ ତାପମାତ୍ରାର ସମ୍ମୁଖୀନ ହେବେ ବୋଲି ସେ ସତର୍କ କରାଇଦେଇଛନ୍ତି। ମେ’ ମାସ ମଧ୍ୟଭାଗରୁ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ତାପମାତ୍ର ୪୫ ଡିଗ୍ରୀ ସେଲ୍‌ସିୟସ୍‌ରୁ ଅଧିକ ରହିଛି। ପ୍ରାୟ ୨୪ ଦିନ ହେଲା ଏଭଳି ଗ୍ରୀଷ୍ମଲହର ଜାରି ରହିଛି, ଯାହା କି ସର୍ବାଧିକ। ଚଳିତ ମାସରେ ଉତ୍ତର ଭାରତରେ ମୌସୁମୀ ବର୍ଷା ହେଲେ ତାପମାତ୍ରା କମିବା ଆଶା କରାଯାଉଛି। ତେବେ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରା ନ ଗଲେ ହିଟ୍‌ଓ୍ବେଭ୍‌ ବାରମ୍ବାର ଏବଂ ଅଧିକ ଅବଧି ପର୍ଯ୍ୟନ୍ତ ଜାରି ରହିବ ବୋଲି ମୃତ୍ୟୁଞ୍ଜୟ କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ବାୟୁମଣ୍ଡଳକୁ ସବୁଜ ଗୃହ ବାଷ୍ପ ନିର୍ଗତ କରିବାରେ ଭାରତ ବିଶ୍ୱର ତୃତୀୟ ବୃହତ୍‌ ଦେଶ। ୨୦୭୦ ସୁଦ୍ଧା ସବୁଜ ଗୃହ ବାଷ୍ପ ନିର୍ଗମନକୁ ଶୂନରେ ପହଞ୍ଚାଇବାକୁ ଭାରତ ପ୍ରତିଶ୍ରୁତିବଦ୍ଧ ରହିଛି। ବିଦ୍ୟୁତ୍‌ ଉତ୍ପାଦନ ପାଇଁ କୋଇଲା ଉପରେ ଅତ୍ୟଧିକ ନିର୍ଭରଶୀଳତା ସବୁଠୁ ଚିନ୍ତାଜନକ। ମାନବୀୟ କାର୍ଯ୍ୟକଳାପ, ଲୋକସଂଖ୍ୟା ବୃଦ୍ଧି, ଦ୍ରୁତ ଶିଳ୍ପାୟନ ଏବଂ ପରିବହନ ବ୍ୟବସ୍ଥା ବାୟୁମଣ୍ଡଳରେ କାର୍ବନ ମନୋକ୍ସାଇଡ୍‌, ମିଥେନ୍‌ ଓ କ୍ଲୋରୋକାର୍ବନ ବୃଦ୍ଧିର ମୁଖ୍ୟ କାରଣ। ଆମେ କେବଳ ଆମକୁ ବିପଦରେ ପକାଉଛୁ, ତାହା ନୁହେଁ, ଭବିଷ୍ୟତ ପିଢ଼ିକୁ ମଧ୍ୟ ବିପଦ ମଧ୍ୟକୁ ଠେଲିଦେଉଛୁ ବୋଲି ଆଇଏମ୍‌ଡି ଡିଜି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri