ସମଲେଇ ଯୋଜନା ଡିସେମ୍ବର ସୁଦ୍ଧା ଲୋକାର୍ପଣ

ସମ୍ବଲପୁର,୧୬।୭ (ଶୁଭାଶିଷ ପାଢ଼ୀ)୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ଙ୍କ ୨ଦିନିଆ ସମ୍ବଲପୁର ଗସ୍ତର ଶନିବାର ପ୍ରଥମ ଦିନରେ କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁରର ଏକାଧିକ ସ୍ଥାନରେ କାର୍ଯ୍ୟକ୍ରମ ହୋଇଥିଲା। ଏହି ଗସ୍ତ ସମୟରେ ସଚିବ ଲୋକଙ୍କଠାରୁ ସିଧାସଳଖ ଅଭିଯୋଗ ଶୁଣିଥିଲେ। ସେ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ଅଭିଯୋଗ ଶୁଣିବାକୁ ପଠାଇଛନ୍ତି। ଆପଣଙ୍କ ସମସ୍ତ ଦାବି ଅନୁଯାୟୀ ପ୍ରସ୍ତାବିତ ପ୍ରକଳ୍ପ ଏକ ସପ୍ତାହ ଭିତରେ ମଞ୍ଜୁର ହୋଇ ଅନୁଦାନ ଆସିବ। ହେଲେ ସ୍ବଚ୍ଛତା ଓ ସମୟସୀମା ଭିତରେ ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ। ଠିକ୍‌ ଭାବେ କାମ ହେଲେ ପୁଣି ଦ୍ୱିତୀୟ କିସ୍ତି ମୁଖ୍ୟମନ୍ତ୍ରୀ ମଞ୍ଜୁର କରିବେ ବୋଲି ସେ କହିଥିଲେ। ସେହିପରି ସମଲେଇ ଯୋଜନାରେ ଚାଲିଥିବା ପ୍ରକଳ୍ପ କାମ ଡିସେମ୍ବର ସୁଦ୍ଧା ଲୋକାର୍ପଣ ହେବ ବୋଲି ସେ ସୂଚନା ଦେଇଥିଲେ।
ସମ୍ବଲପୁର ମଣ୍ଡଲିଆ ଖେଳପଡ଼ିଆଠାରେ ଆୟୋଜିତ ସମାବେଶରେ ଯୋଗଦେଇ ସଚିବ ପାଣ୍ଡିଆନ୍‌ କହିଥିଲେ, କୃଷିକ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ କରାଯାଇଥିବା ଯୋଜନା ଉପରେ ଗୁରୁତ୍ୱ ଦିଆଯାଉଛି। ମନ୍ଦିର, ମସ୍‌ଜିଦ, ଚର୍ଚ୍ଚ, ଗୁରୁଦ୍ୱାରା ଭଳି ଧାର୍ମିକ ଅନୁଷ୍ଠାନ, କ୍ଲବ, କମ୍ୟୁନିଟି ସେଣ୍ଟର, ପାର୍କ ଭଳି ପ୍ରକଳ୍ପ କାମ ଶୀଘ୍ର ହୋଇଯିବ। ସହରାଞ୍ଚଳରେ ମୁକ୍ତା ଯୋଜନା ଓ ଗ୍ରାମାଞ୍ଚଳରେ ବିକାଶ ନେଇ ବଡ଼ ଯୋଜନା ରହିଛି। ମହିଳାମାନଙ୍କୁ ସଶକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ଯୋଜନା କରିଛନ୍ତି। ଏହି ଯୋଜନାରେ ତାଲିମ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ପ୍ରତିବର୍ଷ ୧୨ଶହ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଉଛି। ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଚାଷ, ବ୍ୟବସାୟ, ଉଦ୍ୟୋଗ, ଏପରିକି ଉନ୍ନୟନ କାମରେ ମଧ୍ୟ ନିଯୁକ୍ତି ଦିଆଯାଉଛି। ମହିଳାଙ୍କ ଆର୍ଥତ୍କ, ସାମାଜିକ କ୍ଷେତ୍ରରେ ଉନ୍ନତି ଆସିଲେ ରାଜ୍ୟ ଆଗକୁ ବଢିବ, ଆହୁରି ଶସକ୍ତ ହେବ। କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀମାନେ ବିଭିନ୍ନ ଦାବି କରିଆସୁଛନ୍ତି। ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ଅନେକ ଯୋଜନା କରିଛନ୍ତି। ଖୁବ୍‌ଶୀଘ୍ର ଏକ ବଡ଼ ପ୍ୟାକେଜ ଘୋଷଣା କରିବେ। ସମ୍ବଲପୁରକୁ ଗୋଟିଏ ବର୍ଷରେ ୬୬ କୋଟି ଟଙ୍କା ଅନୁଦାନ ଦିଆଯାଇଛି। ରେଙ୍ଗାଲିରେ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ଖିଣ୍ଡାକୁ ଯାଇଥିଲେ। ସେଠାରେ ଲୋକମାନଙ୍କ ସହ ଆଲୋଚନାକରି ମୁଖ୍ୟମନ୍ତ୍ରୀଙ୍କ ସହ ଫୋନରେ କଥା ହୋଇଥିଲେ। ପର୍ଯ୍ୟଟନସ୍ଥଳ ଭାବେ ଗଢିତୋଳିବା ପାଇଁ ଦାବି ହେଉଥିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ। କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ଏଥିପାଇଁ ୬ କୋଟି ୪୧ ଲକ୍ଷ ଟଙ୍କା ମଞ୍ଜୁର କରିଥିବା ଘୋଷଣା କରିଥିଲେ। ଏହି ଅର୍ଥରେ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠର ବିକାଶ ହେବ। ୧.୯୪୫ ଏକର ଜମିରେ ସଂଗ୍ରହାଳୟ ଓ ପାଠାଗାରର ପୁନରୁଦ୍ଧାର କରାଯିବ। ସେହିପରି ସମଲେଇ ଯୋଜନାର ପ୍ରଥମ ପର୍ଯ୍ୟାୟରେ ଚାଲିଥିବା କାମ ଡିସେମ୍ବର ସୁଦ୍ଧା ଶେଷ ହୋଇଯିବ। ଏକ ସମୟରେ ଲକ୍ଷାଧିକ ଭକ୍ତ ଦର୍ଶନ କରିବାର ସୁବିଧା କରାଯାଇଛି। ପୁରୀ ଜଗନ୍ନାଥ ପ୍ରକଳ୍ପ ପରେ ସମଲେଇ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଗୁରୁତର ସହ ନେଇଛନ୍ତି ବୋଲି କହିଥିଲେ। ପରେ ଧନକଉଡ଼ା ସ୍କୁଲ ପଡ଼ିଆରେ ବିଭିନ୍ନ କଲେଜର ଛାତ୍ରୀଛାତ୍ରଙ୍କ ସହ କଥା ହୋଇଥିଲେ। ସେମାନଙ୍କୁ ଶାରୀରିକ, ମାନସିକ ସ୍ତରରେ ନିଜକୁ ତିଆରି କରିବାକୁ କହିଥିଲେ। ଆତ୍ମବିଶ୍ୱାସ, ପରିଶ୍ରମ ଲକ୍ଷ୍ୟ ପୂରା କରିଥାଏ। ଗୁରୁଜନ, ସାଙ୍ଗ, ପରିବାର ଲୋକଙ୍କ ପରାମର୍ଶ ନେଇ ଜଣେ ଉତ୍ତମ ନାଗରିକ ହେବାକୁ କହିଥିଲେ। ଏହି ଗସ୍ତ ସମୟରେ ତାଙ୍କ ସହ ପ୍ରଶାସନ ଓ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶପଥ ନେଲେ ଦାରିଙ୍ଗବାଡି ଥାନା ପୋଲିସ: ଦୁର୍ନୀତି କରିବାନି କି ହେବାକୁ ଦେବାନି

ଦାରିଙ୍ଗବାଡି, ୨୮।୧୦(ଅରୁଣ ସାହୁ ): ରାଜ୍ୟରେ ଚାଲିଛି ଦୁର୍ନୀତି ନିବାରଣ ସଚେତନ କାର୍ଯ୍ୟକ୍ରମ। ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଏ ନେଇ ସଚେତନ କରାଯାଉଛି। ଏହି କ୍ରମରେ...

ଚାନ୍ଦବାଲିରେ ମଇଁଶିକୁ ଝାମ୍ପିନେଲା ୧୫ଫୁଟ ଲମ୍ବର କୁମ୍ଭୀର

ଚାନ୍ଦବାଲି, ୨୮ା୧୦(ଅଶୋକ କୁମାର ପଣ୍ଡା): ଭଦ୍ରକ ଜିଲା ଆରଡ଼ି ସାଳନ୍ଦୀ ନଦୀ ପଠାରୁ ମଇଁଶିକୁ ଝାମ୍ପିନେଲା କୁମ୍ଭୀର। ଆରଡି ନିକଟସ୍ଥ ଶୀତଳପୁର ଗାଁ ଦେଇ ପ୍ରବାହିତ...

ଆନ୍ଦୋଳନରେ କର୍ମଚାରୀ: ଗଡୁନି ମୋ’ ବସ୍‌, ଯାତ୍ରୀ ହନ୍ତସନ୍ତ

ସମ୍ବଲପୁୂର,୨୮ା୧୦: ସମ୍ବଲପୁର ସହରରେ ସୋମବାର ସକାଳୁ ମୋ’ ବସ୍‌ ସେବା ବନ୍ଦ କରାଯାଇଛି। ମୋ’ ବସ୍‌ ର୍କମଚାରୀଙ୍କ ବିଭିନ୍ନ ଦାବିନେଇ ବନ୍ଦ ରହିଛି ମୋ’ ବସ୍‌।...

ଯନ୍ତ୍ରଣାରେ ଛଟପଟ ହେଉଥିଲେ ଗର୍ଭବତୀ; ପ୍ରସବ କରାଇବାକୁ ୫୦୦୦ ଟଙ୍କା ଲାଞ୍ଚ ମାଗିଲେ ସରକାରୀ ନର୍ସ

ଅନୁଗୋଳ,୨୮ା୧୦: ଅତିଷ୍ଠ ହେଉଥିଲା ପ୍ରସବ ଯନ୍ତ୍ରଣା, ମାନବିକତା ହରାଇ ବସିଥିଲେ ସରକାର ଡାକ୍ତରଖାନାର ନର୍ସ। ଗର୍ଭବତୀଙ୍କ ପ୍ରସବ କରାଇବା ପାଇଁ ମାଗିଲେ ୫ ହଜାର ଟଙ୍କା...

ନୂଆ ବିଡିଓଙ୍କୁ ଭେଟିଲେ ବ୍ଲକ ଅଧ୍ୟକ୍ଷ-ସମିତିସଭ୍ୟ, ଅଞ୍ଚଳର ବିକାଶ ପାଇଁ…

ଦାରିଙ୍ଗବାଡ଼ି,୨୮ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ନୂଆ ଭାବରେ ଯୋଗ ଦେଇଥିବା ବିଡିଓ ପ୍ରୀତିରଞ୍ଜନ ରଥଙ୍କୁ ଭେଟି ସ୍ବାଗତ ଜଣାଇଛନ୍ତି ଅଧ୍ୟକ୍ଷ ଏବଂ ସମତିସଭ୍ୟାସଭ୍ୟ।...

ଦୁର୍ବୃତ୍ତଙ୍କ ଟାର୍ଗେଟ୍‌ରେ ବ୍ୟାଟେରି, ଗାଡ଼ି-ଷ୍ଟ୍ରିଟ୍‌ ଲାଇଟ୍‌ରୁ ଚୋରି କରି ନେଉଛନ୍ତି

ଦାରିଙ୍ଗବାଡ଼ି,୨୮ା୧୦(ଅରୁଣ ସାହୁ): ଏବେ ଦୁର୍ବୃତ୍ତଙ୍କ ଟାର୍ଗେଟ୍‌ରେ ବ୍ୟାଟେରି। ୫୯ ନଂ ଜାତୀୟ ରାଜପଥ ପକ୍ଷରୁ ରାଜପଥ କଡ଼ରେ ଲାଗିଥିବା ଷ୍ଟ୍ରିଟ୍‌ ଲାଇଟ୍‌ରୁ ସୋଲାର ପ୍ୟାନେଲ ସହ...

ମିଳୁନି ମାଟି, ସଙ୍କଟରେ କୁମ୍ଭକାରଙ୍କ ଜୀବିକା

କାକଟପୁର/ଅସ୍ତରଙ୍ଗ(ଶୁଭଦର୍ଶନ ମିଶ୍ର/ ପ୍ରଦୀପ୍ତ କୁମାର ଦୀକ୍ଷିତ)୨୮ା୧୦: ଓଡ଼ିଆ ଚଳଣି ଓ ପରମ୍ପରା ନିଆରା। ସବୁ ପର୍ବପର୍ବାଣି, ପୂଜାର୍ଚ୍ଚନା ଓ ଯାନିଯାତ୍ରା ସମୟରେ ମାଟିତିଆରି ସାମଗ୍ରୀ ଖୋଜାପଡ଼େ।...

ବରାହିପୁର ସରପଞ୍ଚ ନିଲମ୍ବିତ

ମାହାଙ୍ଗା,୨୮ା୧୦(ଯଯାତି ସିଂହ): କଟକ ଜିଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ବରାହିପୁର ପଞ୍ଚାୟତରେ ସରକାରୀ ଅର୍ଥ ତୋସାରପାତ ଅଭିଯୋଗରେ ସରପଞ୍ଚଙ୍କୁ ନିଲମ୍ବିତ କରାଯାଇଛି। ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri