କେନ୍ଦୁଝର, ୨୮।୪(ସ୍ବ.ପ୍ର.): କେନ୍ଦୁଝର ଜିଲାପାଳ ଆଶିଷ୍ ଠାକରେଙ୍କୁ ପୁଣି ସମନ କରିଛନ୍ତି ଜାତୀୟ ଜନଜାତି କମିଶନ। କମିଶନଙ୍କ ସଦସ୍ୟ ଅନନ୍ତ ନାୟକଙ୍କ ଇଜ୍ଲାସରେ ମେ’୯ ଦିନ ୧୧ଟାରେ ହାଜର ହେବା ପାଇଁ ଜିଲାପାଳଙ୍କୁ କୁହାଯାଇଛି। ପ୍ରତିନିଧି ନୁହେଁ, ବ୍ୟକ୍ତିଗତ ଭାବେ ହାଜର ହେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, କେନ୍ଦୁଝର ଆଦିବାସୀ ସଂଗଠନ ବିଭିନ୍ନ ସମସ୍ୟା ନେଇ ଅନୁସୂଚିତ ଜନଜାତି ଆୟୋଗରେ ମାମଲା ଦାୟର କରିଥିଲେ। ଆୟୋଗ ପକ୍ଷରୁ ଶୁଣାଣି ସମୟରେ ଉପସ୍ଥିତ ରହିବା ପାଇଁ କେନ୍ଦୁଝର ଜିଲାପାଳଙ୍କୁ ନୋଟିସ ଏବଂ ବାରମ୍ବାର ସମନ ପରେ ହାଜର ହେଉନଥିବାରୁ ୱାରେଣ୍ଟ ମଧ୍ୟ ଜାରି କରିଥିଲେ ଜାତୀୟ ଜନଜାତି କମିଶନ।