Categories: ଜାତୀୟ

ରଜନୀକାନ୍ତଙ୍କୁ ସମନ

ଟୁଟିକୋରିନ୍‌, ୨୨ା୧୨: ଷ୍ଟେରଲାଇଟ କମ୍ପାନୀ ବିରୋଧୀ ବିକ୍ଷୋଭବେଳେ ୨୦୧୮ରେ ପୋଲିସ ଗୁଳିଚାଳନାକୁ ନେଇ ବିବାଦୀୟ ମନ୍ତବ୍ୟ ରଖିଥିବା ତେଲୁଗୁ ଷ୍ଟାର ରଜନୀକାନ୍ତଙ୍କୁ ସମନ କରାଯାଇଛି। ଘଟଣାର ତଦନ୍ତ ପାଇଁ ଅବସରପ୍ରାପ୍ତ ଜଷ୍ଟିସ୍‌ ଅରୁଣା ଜଗଦେସନଙ୍କ ନେତୃତ୍ୱରେ ଗଠିତ ଆୟୋଗ ରଜନୀକାନ୍ତଙ୍କୁ ଆସନ୍ତା ଜାନୁୟାରୀ ୧୯ରେ ହାଜର ହେବାକୁ ସମନ ପଠାଇଛନ୍ତି। ଗତ ଫେବୃୟାରୀ ମଧ୍ୟ ରଜନୀକାନ୍ତଙ୍କୁ ସମନ କରାଯାଇଥିଲା। ଟୁଟିକୋରିନ୍‌ରେ ପହଞ୍ଚିବା ପରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ବୋଲି ରଜନୀକାନ୍ତ କମିଶନଙ୍କ ନିକଟରେ ହାଜର ହୋଇ ନ ଥିଲେ।

Share