ନୂଆଦିଲ୍ଲୀ, ୧୮।୧: ସୋସିଆଲ ମିଡିଆ କମ୍ପାନୀ ଫେସ୍ବୁକ୍ ଓ ଟୁଇଟର୍ର ଅଧିକାରୀମାନଙ୍କୁ ସୂଚନା ପ୍ରଯୁକ୍ତି ସମ୍ପର୍କିତ ସଂସଦୀୟ କମିଟି ରବିବାର ସମନ ଜାରି କରିଛି। ସେମାନଙ୍କୁ ୨୧ରେ ହାଜର ହେବା ଲାଗି କୁହାଯାଇଛି। ନାଗରିକମାନଙ୍କ ଅଧିକାରର ସୁରକ୍ଷା ଓ ସୋସିଆଲ୍ ତଥା ଅନ୍ଲାଇନ ନ୍ୟୁଜ୍ ମିଡିଆ ପ୍ଲାଟଫର୍ମଗୁଡ଼ିକର ଅପବ୍ୟବହାର ରୋକିବା ଦିଗରେ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି, ସେ ସମ୍ପର୍କରେ ଉପରୋକ୍ତ ଦୁଇ କମ୍ପାନୀର ପ୍ରତିନିଧିମାନେ ସଂସଦୀୟ କମିଟିକୁ ଜଣାଇବେ ବୋଲି ଲୋକ ସଭା ସଚିବାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। କଂଗ୍ରେସ ଏମ୍ପି ଶଶୀ ଥରୁରଙ୍କ ଅଧ୍ୟକ୍ଷତାରେ ୩୧ ସଦସ୍ୟ ବିଶିଷ୍ଟ ସଂସଦୀୟ ଷ୍ଟାଣ୍ଡିଂ କମିଟି ବୈଠକ ୨୧ ତାରିଖ ଅପରାହ୍ନ ୪ଟାରେ ବସିବ।