Categories: ଜାତୀୟ

କେଜରିଓ୍ବାଲଙ୍କୁ ସମନ, ୨୯ ନଭେମ୍ବରରେ କୋର୍ଟରେ ତାଙ୍କ ପାଇଁ କିଏ ହେବେ ହାଜର ?…

ନୂଆଦିଲ୍ଲୀ,୨୮।୧୧ : ମଙ୍ଗଳବାର ଗୋଆ କୋର୍ଟ ଆମ ଆଦମୀ ପାର୍ଟି (ଏଏପି) ର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ନଭେମ୍ବର ୨୯ ରେ ହାଜର ହେବାକୁ ସମନ ଜାରି କରିଛନ୍ତି। ଆମ ଆଦମୀ ପାର୍ଟିର ସ୍ଥାନୀୟ ୟୁନିଟ ଏହି ସମନ ଗ୍ରହଣ କରିଥିବା ସ୍ବୀକାର କରିଛି ।

କୋର୍ଟ ସୂତ୍ର ଅନୁଯାୟୀ, ଲାଞ୍ଚ କାରବାର କରୁଥିବା ଭାରତୀୟ ଦଣ୍ଡ ସଂହିତା (ଆଇପିସି) ର ଲୋକ ପ୍ରତିନିଧୀ ଅଧିନିୟମ ଏବଂ ଧାରା ୧୭୧ (ଇ) ଅନୁଯାୟୀ ଏହି ମାମଲା ପଞ୍ଜିକୃତ ହୋଇଛି। ମାପୁସାସ୍ଥିତ ପ୍ରଥମ ଶ୍ରେଣୀ ଜୁଡିସିଆଲ ମାଜିଷ୍ଟ୍ରେଟ ଏହି ସମନ ଜାରି କରିଛନ୍ତି। କେଜରିୱାଲ କୋର୍ଟରେ ହାଜର ହେବାର ଗୋଟିଏ ଦିନ ପୂର୍ବରୁ ଏହି ସମନ ଗ୍ରହଣ କରାଯାଇଛି ବୋଲି ଏଏପି ଗୋଆ ମୁଖ୍ୟ ଅମିତ ପାଲେକର କହିଛନ୍ତି। ସେ କହିଛନ୍ତି, ଲାଗୁଛି ଚାର୍ଜଶିଟ ୨୦୧୮ ରେ ଦାଖଲ ହୋଇଛି। ତେବେ ଆମେ ମାମଲାର ସବିଶେଷ ତଥ୍ୟ ଜାଣି ନାହୁଁ।

ମୁଁ କେଜରିୱାଲଙ୍କ ପକ୍ଷରୁ ବୁଧବାର କୋର୍ଟରେ ହାଜର ହେବି। ସେ କହିଛନ୍ତି ଆମେ ଡକ୍ୟୁମେଣ୍ଟ ହାସଲ କରିବୁ ଏବଂ ତା’ପରେ ହାଇକୋର୍ଟରେ ଚାଲିଥିବା ପ୍ରକ୍ରିୟାକୁ ନେଇ ଚ୍ୟାଲେଞ୍ଜ କରାଯିବ କି ନାହିଁ ତାହା ସ୍ଥିର କରିବୁ।

Share