ସୌରୀନ ଭଟ୍ଟଙ୍କୁ ସମର୍ପଣ ପାଇଁ ଆହ୍ବାନ

କଟକ ଅଫିସ,୨୬।୬: ଓଲିଉଡ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କୁ ଗିରଫ କରିବାକୁ ପୋଲିସ୍‌ ଟିମ୍‌ କୋଲକାତା ଯାଇଥିଲା। ମାତ୍ର ସେଠାରୁ ପୋଲିସକୁ ଖାଲି ହାତରେ ଫେରିବାକୁ ପଡ଼ିଥିଲା।
କଟକର ଜଣେ ଯୁବତୀଙ୍କୁ ପ୍ରେମ ପ୍ରତାରଣା ଓ ଠକେଇ ଅଭିଯୋଗ ଆସିବା ପରେ ସୌରୀନଙ୍କୁ ଗିରଫ କରିବା ପାଇଁ ଉକ୍ତ ଟିମ ଯାଇଥିଲା। ହେଲେ ସେ ଫେରାର ହୋଇଯାଇଥିଲେ । ତେବେ ସୌରୀନଙ୍କ ବାପା ୭ ଦିନ ଭିତରେ ଆତ୍ମ ସମର୍ପଣ କରାଇବା ପାଇଁ ପୋଲିସଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ଶେଷ ଥର ଲାଗି ସୌରୀନଙ୍କୁ ଆତ୍ମ ସମର୍ପଣ କରିବା ପାଇଁ ପୋଲିସ ଆହ୍ବାନ କରିଛି। ଯଦି ସୌରୀନ ଆତ୍ମସମର୍ପଣ ନ କରନ୍ତି ତେବେ ଆଗାମୀ ଦିନରେ ଓଡ଼ିଶାରେ ତାଙ୍କ ସହ ଲିଙ୍କ୍‌ରେ ଥିବା ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ।