ଚେନ୍ନାଇ, ୮।୧: ଭଗବାନଙ୍କୁ ସମନ ଜାରି କରାଯାଇ ପାରିବ ନାହିଁ। ଏକ ମାମଲାର ବିଚାର କରି ମାଡ୍ରାସ୍ ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି। କୋର୍ଟରେ ଭଗବାନଙ୍କ ମୂର୍ତ୍ତିଙ୍କୁ ଉପସ୍ଥିତ କରାଇବା ଲାଗି ନିମ୍ନ ଅଦାଲତର ରାୟକୁ ହାଇକୋର୍ଟ ଖାରଜ କରିଛନ୍ତି। ବିଚାରପତି ଆର୍.ସୁରେଶ କୁମାରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଏହାଦ୍ୱାରା ଶ୍ରଦ୍ଧାଳୁଙ୍କ ଆସ୍ଥାରେ ଆଘାତ ସୃଷ୍ଟି ହେବାର ଆଶଙ୍କା ରହିଛି।
ତିରୁପୁର ଜିଲାର ଥିରୁକ୍କୋଇଲ ସ୍ଥିତ ପ୍ରାତୀନ ଅରୁଲମିଧୁ ପରମାସିଓ୍ବନ୍ ସ୍ବାମୀ ମନ୍ଦିରରୁ ଭଗବାନଙ୍କ ମୂର୍ତ୍ତି ଚୋରି ହୋଇଯାଇଥିଲା। ପରେ ଏହାକୁ ପୋଲିସ ଉଦ୍ଧାର କରିଥିଲେ। ପରେ ମୂର୍ତ୍ତିଙ୍କୁ ମନ୍ଦିରରେ ପୁଣିଥରେ ଅବସ୍ଥାପିତ କରାଯାଇଥିଲା। ତେବେ ଚୋରି ମାମଲାର ବିଚାର କୋର୍ଟରେ ଜାରି ରହିଥିବାରୁ ନିମ୍ନ ଅଦାଲତ ଏଭଳି ସମନ ଜାରି କରିଥିଲେ। ତେବେ ଏହାକୁ ଗ୍ରାମବାସୀ ଏବଂ ଶ୍ରଦ୍ଧାଳୁମାନେ ବିରୋଧ କରିଥିଲେ।
ହାଇକୋର୍ଟରେ ଏନେଇ ଆଇନଜୀବୀ ସି.କେ. ଚନ୍ଦ୍ରଶେଖରଙ୍କ ଏକ ଆବେଦନ କରାଯାଇଥିଲା। ହାଇକୋର୍ଟ ଏହାର ବିଚାର କରି ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶକୁ ଖାରଜ କରିଛନ୍ତି।