୧୦ ବର୍ଷ ହେଲାଣି ଏହି ରୋଗ ସହ ଲଢ଼ୁଛନ୍ତି ସୁମୋନା: ଏବେ ଚତୁର୍ଥ ଷ୍ଟେଜ୍‌ରେ…

ବମ୍ବେ: ଲକ୍‌ଡାଉନ୍‌ରେ ଦୁଃଖ ବଖାଣିଛନ୍ତି କମେଡିଆନ୍‌ ତଥା ଅଭିନେତ୍ରୀ ସୁମୋନା ଚକ୍ରବର୍ତ୍ତୀ। ‘ଦ କପିଲ ଶର୍ମା ଶୋ’ରେ ନଜର ଆସୁଥିବା ସୁମୋନାଙ୍କ ପାଖରେ ଏବେ କୌଣସି କାମ ନାହିଁ। କେବଳ ଏତିକି ନୁହେଁ, ଗତ ୧୦ ବର୍ଷ ଧରି ଏକ ରୋଗ ସହ ସଂଗ୍ରାମ କରୁଛନ୍ତି। ସେ ଏହାର ଚତୁର୍ଥ ପଯ୍ୟାୟରେ ଅଛନ୍ତି।

ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ ଲେଖି ସୁମୋନା କହିଛନ୍ତି ୨୦୧୧ ମସିହାରୁ ସେ ଏଣ୍ଡୋମେଟ୍ରିଓସିସ୍‌ ରୋଗ ସହ ସଂଗ୍ରାମ କରୁଛନ୍ତି। ହେଲେ ବହୁ ବର୍ଷ ଧରି ସେ ଏହାର ୪ର୍ଥ ପର୍ଯ୍ୟାୟରେ ଅଛନ୍ତି। ସାର୍ବଜନୀନ ପ୍ଲାଟଫର୍ମରେ ଏ ବିଷୟରେ କେବେ କହିନାହିଁ। ହେଲେ ଲକ୍‌ଡାଉନ୍‌ ସମୟ କାଟିବା ବେଶ କଠିନ। ଏବେ ପାଖରେ ଚାକିରି ନାହିଁ। ତଥାପି ମୋ ପରିବାର ଏବଂ ନିଜକୁ ଖାଇବାକୁ ଦେବାରେ ସକ୍ଷମ ବୋଲି ସେ ଲେଖିଛନ୍ତି।

ବେଳେବେଳେ ଦୋଷୀ ମନେ କରେ। ମନୋବଳ ପରିବର୍ତ୍ତନ ଯୋଗୁ ଭାବପ୍ରବଣ ହୋଇଯାଇଛି। ନିଜର ଦୁଃଖକୁ ଆପଣଙ୍କ ସହ ବାଣ୍ଟିବି ବୋଲି ଭାବିଲି। ମନେରଖନ୍ତୁ ପ୍ରତ୍ୟେକ ଉଜ୍ଜ୍ୱଳ ଜିନିଷ ସୁନା ନୁହେଁ। ତଥାପି ଏସବୁ କହିବା ସହଜ ନ ଥିଲା ବୋଲି ସେ ଆହୁରି ମଧ୍ୟ କହିଛନ୍ତି।

Share