କପିଲଙ୍କ ଶୋ’ ଛାଡ଼ିବେ କି ନାହିଁ ସ୍ପଷ୍ଟ କଲେ ସୁମୋନା

ମୁମ୍ବାଇ: ଛୋଟପରଦାରେ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଥିବା ‘କପିଲ ଶର୍ମା ଶୋ’କୁ ନେଇ ଏବେ ଚର୍ଚ୍ଚା ଜୋର୍‌ରେ। ଶୋ’ର ପ୍ରତ୍ୟେକ ଅଭିନେତ୍ରୀ/ଅଭିନେତା ଜଣେ ଜଣେ ପାର୍ଟ। ନିକଟରେ ଏହି ଶୋ’ ବନ୍ଦ ହେବ ବୋଲି ଚର୍ଚ୍ଚା ହେଉଛି। ଖାଲି ଏତିକି ନୁହେଁ, ଏହି ଶୋ’କୁ ଅଭିନେତ୍ରୀ ସୁମୋନା ଚକ୍ରବର୍ତ୍ତୀ ଛାଡ଼ିବେ ବୋଲି ଖୁବ୍‌ ଚର୍ଚ୍ଚା ବି ହୋଇଥିଲା। ଏସବୁ ଚର୍ଚ୍ଚାକୁ ନେଇ ସୁମୋନା ମୁହଁ ଖୋଲିଛନ୍ତି।

ନିକଟରେ ‘ଜୀ ଜେଷ୍ଟ’ ଏହାର ନୂଆ ଶୋ ‘ସୋନାର ବେଙ୍ଗଲ’ର ପ୍ରୋମୋ ଶେୟାର କରିଥିଲେ। ଯେଉଁଥିରେ ସୁମୋନାଙ୍କୁ ଦେଖିବାକୁ ମିଳିଥିଲା। ଏହି ପ୍ରୋମୋ ପରେ କୁହାଯାଇଥିଲା, ସୁମୋନା ଖୁବ୍‌ଶୀଘ୍ର କପିଲଙ୍କ ଶୋ’ ଛାଡ଼ିବାକୁ ଯାଉଛନ୍ତି।
ତେବେ ସୁମୋନା ଏହି ଗୁଜବକୁ ସମାପ୍ତ କରି ଏକ ସାକ୍ଷାତକାରରେ କହିଛନ୍ତି, ମୁଁ ଆଦୌ କପିଲଙ୍କ ଶୋ’ ଛାଡ଼ିବାକୁ ଚାହୁଁନାହିଁ। ସେ କହିଛନ୍ତି,‘ମୁଁ ଶୋ’ ଛାଡ଼ିନାହିଁ’। ମୋର ଏପରି କିଛି କରିବାର ଇଚ୍ଛା ନାହିଁ। ଶୋ’ ‘ସୋନାର ବେଙ୍ଗଲ’ ଏକ ମାସ ପାଇଁ ପ୍ରତିବଦ୍ଧ। ତେଣୁ ମୁଁ ଏହି ଶୋ’ରେ ଅଭିନୟ କରି ବହୁତ ଖୁସି।

Share