ସନ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା: ମେଡିକାଲ ସାମୟିକ ବନ୍ଦ

କଟକ ଅଫିସ, ୧୦।୧: କଟକ ସନ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା ପରେ ଜିଲା ପ୍ରଶାସନ କଠୋର ହୋଇଛି। ହସ୍ପିଟାଲକୁ ସାମୟିକ ଭାବେ ବନ୍ଦ କରାଯାଇଛି। ହସ୍ପିଟାଲରେ କୌଣସି ରୋଗୀ ଚିକିତ୍ସା କି ଡାକ୍ତରୀ ପରୀକ୍ଷା ହେବ ନାହିଁ ବୋଲି ଜିଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ମେଡିକାଲରେ ଅଗ୍ନିକାଣ୍ଡ ନେଇ ଜିଲା ପ୍ରଶାସନ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା । ତେବେ ସେଥିରେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ଶେଷରେ ହସ୍ପିଟାଲକୁ ବନ୍ଦ କରିବାକୁ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛି । ହସ୍ପିଟାଲ ପରିଚାଳନା ପାଇଁ ସମସ୍ତ ଲାଇସେନ୍ସ ଓ ଅଗ୍ନି ନିରାପତ୍ତା ଲାଇସେନ୍ସ ଆଣିବା ପରେ ଖୋଲିବା ନେଇ ନିଷ୍ପତ୍ତିି ନିଆଯିବ।
ସେହିପରି କଟକରେ ଥିବା ଅନ୍ୟାନ୍ୟ ଘରୋଇ ହସ୍ପିଟାଲର ଯାଞ୍ଚ ଲାଗି ବିଭିନ୍ନ ବିଭାଗ ନେଇ ଏକ ଟିମ୍‌ ଗଠନ ହୋଇଛି । ଖୁବ୍‌ଶୀଘ୍ର ଟିମ୍‌ ତାର କାମ ଆରମ୍ଭ କରିବ ବୋଲି କଟକ ଜିଲାପାଳ ଭବାନୀ ଶଙ୍କର ଚଇନି ସୂଚନା ଦେଇଛନ୍ତି ।

Share