ସୁନାବେଶ ପାଇଁ ନୀତି ନିର୍ଘଣ୍ଟ, ଏହି ସମୟରେ ଦୁର୍ଲଭ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ,୧୬।୭: ସୁନାବେଶ ପାଇଁ ନୀତି ନିର୍ଘଣ୍ଟ ହୋଇଛି। ମହଣ ମହଣ ସୁନା ପିନ୍ଧି ବଧବାର ରଥ ଉପରେ ଦର୍ଶନ ଦେବେ ମହାପ୍ରଭୁ ଜଗନ୍ନାଥ, ସୁଭଦ୍ରା ଓ ବଳଭଦ୍ର। ଏଥିପାଇଁ ସବୁ ସମୟ ଧାର୍ଯ୍ୟ କରାଯାଇଛି।

ସକାଳ ୬ଟାରୁ ମଙ୍ଗଳ ଆଳତୀ ନୀତି ଆରମ୍ଭ ହେବ । ଦିନ ୧୦ଟା ୩୦ ସୁଦ୍ଧା ଗୋପାଳ ବଲ୍ଲଭ ଭୋଗ ନୀତି । ସେହିପରି ଦିନ ୨ଟାରୁ ୩ଟା ମଧ୍ୟରେ ମଧ୍ୟାହ୍ନ ଧୂପ ନୀତି ହେବ। ଆଉ ସଂଧ୍ୟା ୫ଟାରୁ ୬ଟା ମଧ୍ୟରେ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ । ରାତି ୧୦ଟା କିମ୍ବା ୧୧ଟା ଯାଏଁ ଦୁର୍ଲଭ ବେଶରେ ମହାପ୍ରଭୁ ଦର୍ଶନ ଦେବେ ବୋଲି ଜଣାପଡିଛି ।

Share