ପୁରୀ, ୨୯।୬( ଅଜିତ୍ ମହାନ୍ତି): ଆଷା ଶୁକ୍ଳ ଏକାଦଶୀ ତିଥିରେ ବଡ଼ଦାଣ୍ଡରେ ବିରାଜମାନ ତିନିରଥ ଉପରେ ମହାପ୍ରଭୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ପରମ୍ପରା ଅନୁଯାୟୀ ଏକାଦଶୀ ତିଥିରେ ରଥ ରୁଢ ଶ୍ରୀବିଗ୍ରହ ମାନଙ୍କ ରଥ ଉପରେ ସୁନାବେଶ ଅନୁଷ୍ଠିତ ହୋଇଛି। ଲକ୍ଷାଧିକ ଭକ୍ତ ଶ୍ରୀକ୍ଷେତ୍ର ଆସି ମହାପ୍ରଭୁଙ୍କ ଏହି ରଥ ଉପରେ ଦୁର୍ଲଭ ସୁନାବେଶ ବେଶ ଦର୍ଶନ କରି ଆମତ୍ସନ୍ତୋଷ ଲାଭ କରିଛନ୍ତି। ଶ୍ରୀବିଗ୍ରହମାନେ ମହଣ ମହଣ ସୁନାରେ ଭୂଷିତ ହୋଇ ଭକ୍ତଙ୍କ ଦର୍ଶନ ଦେଇଥିଲେ। ତେବେ ଗତ ବର୍ଷ ଅପେକ୍ଷା ଅଧିକ ଭକ୍ତ ଶ୍ରୀକ୍ଷେତ୍ର ଆସି ମହାପ୍ରଭୁଙ୍କ ରଥ ଉପରେ ଶ୍ରୀଜିଉଙ୍କ ସୁନାବେଶକୁ ଦର୍ଶନ କରିଛନ୍ତି।