ଆଜି ସୁନାବେଶରେ ଭକ୍ତଙ୍କୁ ଦର୍ଶନଦେବେ ଚତୂର୍ଦ୍ଧାମୂର୍ତ୍ତି

ଭୁବନେଶ୍ୱର,୧୩।୧୦: ପବିତ୍ର ବିଜୟା ଦଶମୀ ଅବସରରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି। ଏହି ଅବସରରେ ଚତୂର୍ଦ୍ଧାମୂର୍ତ୍ତି ସୁନାବେଶରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଦେବେ । କିରିଟି, ଚୂଳ, ଚନ୍ଦ୍ରିକା, ଆଡକାନି, ଚନ୍ଦ୍ରସୂର୍ୟ୍ୟ, ଶ୍ରୀଭୁଜ, ଶ୍ରୀପୟର, ଘାଗଡା ମାଳି ଆଦିରେ ବିଭୁଷିତ ହେବେ ମହାପ୍ରଭୁ। ବିଜୟା ଦଶମୀ ତିଥିରେ ପ୍ରଭୁ ଶ୍ରୀରାମ ରାବଣକୁ ବଦ୍ଧ କରି ଅସତ୍ୟ ଉପରେ ସତ୍ୟର ବିଜୟ ଆଣିଥିଲେ ।

ତେଣୁ ଏହି ଅବସରରେ ଆଜି ଶ୍ରୀମନ୍ଦିରରେ ସୁନାବେଶ ଅନୁଷ୍ଠିତ ହେବ। ଆଜିର ଦିନରେ ଚତୂର୍ଧାମୂର୍ତ୍ତିଙ୍କୁ ସୁନାବେଶରେ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ଲାଭ ହୁଏ ବୋଲି ବିଶ୍ବାସ ରହିଛି । ଆଜିର ଦିନରେ ମହାପ୍ରଭୁ ଆୟୁଧ ପୂଜାର ପରମ୍ପରା ରହିଛି । ସକାଳ ଧୂପ ନୀତି ଶେଷ ହେବାପରେ ଚକ୍ର ମାଜଣା ହେବା ସହ ଆୟୁଧ ପୂଜା କରାଯିବ । ତାପରେ ଭିତର ବେଢ଼ା ପରିକ୍ରମା ପରେ ମହାପ୍ରଭୁ ଆୟୁଧ ହସ୍ତରେ ଧାରଣ କରିବେ । ଆସନ୍ତା କାଲି ଏକାଦଶୀ ତିଥିରୁ ଶ୍ରୀ ମନ୍ଦିର ରେ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଓ କାର୍ତ୍ତିକ ନୀତି ଆରମ୍ଭ ହେବ ।