ଆଜି ଇସ୍କନରେ ସୁନାବେଶ

ଭୁବନେଶ୍ୱର,୨୯।୬(ଶର୍ମିଷ୍ଠା ପାଣିଗ୍ରାହୀ) ନମ୍ବର ଗୁଣ୍ଡିଚା ମନ୍ଦିରରୁ ଇସ୍କନ ଅଭିମୁଖେ ରଥ ବାହାରିବା ସମୟରେ ଭକ୍ତଙ୍କ ଭିଡ଼ ଖୁବ୍‌ ଜମିଥିଲା। ସମସ୍ତେ ହାତଯୋଡ଼ି ନତମସ୍ତକରେ ହରିବୋଲ ଓ ହୁଳହୁଳି ପକାଇ ଦାରୁବ୍ରହ୍ମଙ୍କୁ ମାଉସୀ ମା’ ଘରୁ ବିଦାୟ ଦେଇଛନ୍ତି। ଦିନ୧୨ଟାରୁ ୨ଟା ପର୍ଯ୍ୟନ୍ତ ପହଣ୍ଡିରେ ବାହାରିଲେ ୩ ଦିଅଁ। ୨ଟା ୩୦ରେ ଛେରାପହଁରା କରାଯାଇ ୩ଟା ୩୦ ବେଳକୁ ରଥ ଗଡ଼ିଲା ଇସ୍କନ ଅଭିମୁଖେ। ରଥାରୂଢ଼ ମହାବାହୁଙ୍କୁ ପ୍ରାୟ ୨୦ ମିନିଟ ପର୍ଯ୍ୟନ୍ତ ସା ଆଳତି କରାଗଲା। ରଥଟଣା ଦେଖିବା ପାଇଁ ରାସ୍ତାରେ ଭକ୍ତଙ୍କ ପ୍ରବଳ ସାମାଗମ ଦେଖିବାକୁ ମିଳିଥିଲା। ସା ପ୍ରାୟ ୬ଟା ବେଳକୁ ତିନିଠାକୁର ଇସ୍କନ ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲେ। ସା ୭ଟା ବେଳକୁ ମନ୍ଦିର ପରିସରରେ ଆଳତି କରାଯାଇଥିଲା। ଗୁରୁବାର ରାତିରେ ୭ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ଠାକୁରଙ୍କ ସୁନାବେଶ ହେବ।

Share