ବିନା ଭକ୍ତରେ ଚତୁର୍ଦ୍ଧାବିଗ୍ରହଙ୍କ ସୁନାବେଶ

ପୁରୀ ଅଫିସ, ୨।୭: ନବଦିନାତ୍ମକ ଯାତ୍ରା ଶେଷକରି ବୁଧବାର ବାହୁଡ଼ି ଆସିଛନ୍ତି ଚତୁର୍ଦ୍ଧାବିଗ୍ରହ। ସିଂହଦ୍ୱାର ସମ୍ମୁଖରେ ରଥାରୂଢ଼ ମହାପ୍ରଭୁଙ୍କର ଗୁରୁବାର ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହୋଇଛି। ପ୍ରାୟ ୧୩୮ ପ୍ରକାରର ସୁବର୍ଣ୍ଣ ଅଳଙ୍କାରେରେ ସଜ୍ଜିତ ହୋଇଛନ୍ତି ଦାରୁବିଗ୍ରହ। ବିଶ୍ୱନିଅନ୍ତାଙ୍କ ଏହି ଦିବ୍ୟ ବେଶକୁ କିନ୍ତୁ ଦର୍ଶନ କରିପାରୁ ନାହାନ୍ତି ଭକ୍ତ। ମହାମାରୀ କରୋନା ପାଇଁ ରଥଯାତ୍ରା ଓ ବାହୁଡ଼ା ଭଳି ସୁନା ବେଶ ବି ଭକ୍ତଶୂନ୍ୟ ରହିଛି।
ଏହି ସୁନା ବେଶ ପାଇଁ ସକାଳ ସାଢ଼େ ୬ଟାରୁ ତିନି ରଥରେ ମଙ୍ଗଳ ଆଳତି ହୋଇଥିଲା। ପରେ ଅନ୍ୟାନ୍ୟ ନୀତି ବଢ଼ି ଅପରାହ୍ନ ପ୍ରାୟ ସାଢ଼େ ୪ଟା ସୁଦ୍ଧା ମହାପ୍ରଭୁଙ୍କ ସୁନା ବେଶ ଆରମ୍ଭ ହୋଇଥିଲା।

Share