ମର୍ନିଂୱାକ ବେଳେ ଝାମ୍ପିନେଲେ ସୁନାଚେନ

ଉଦଳା,୨୧।୮(ଡି.ଏନ୍‌.ଏ.): ମର୍ନିଂଓ୍ବାକ ବେଳେ ଜଣେ ମହିଳା ଲୁଟ୍‌ର ଶିକାର ହୋଇଛନ୍ତି। ଦୁର୍ବୃତ୍ତମାନେ ତାଙ୍କ ବେକରୁ ସୁନାଚେନ୍‌ ଝାମ୍ପି ନେଇଛନ୍ତି। ରବିବାର ଏଭଳି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲା ଉଦଳା ଏନ୍‌ଏସି ଅଧୀନ ୩ ନମ୍ବର ୱାର୍ଡରେ।

ୱାର୍ଡର ମିତାରାଣୀ ମଲ୍ଲିକ ମର୍ନିଂୱାକରେ ଯାଇଥିଲେ। ସେ ଘରଠାରୁ କିଛି ଦୂର ଯାଇଥିବା ବେଳେ ଦୁଇଜଣ ଯୁବକ ବାଇକ୍‌ରେ ଆସି ତାଙ୍କୁ ଜଣେ ବ୍ୟକ୍ତିଙ୍କ ଠିକଣା ପଚାରିଥିଲେ। ସେ ଠିକଣା ଜାଣି ନ ଥିବା କହିବା ପରେ ସେମାନଙ୍କ ମଧ୍ୟରୁ ଜଣେ ମିତାରାଣୀ ପିନ୍ଧିଥିବା ସୁନାଚେନ୍‌ ଝାମ୍ପି ନେଇଥିଲେ। ପରେ ସେମାନେ ଫେରାର ହୋଇଯାଇଥିଲେ। ତେବେ ଅଧା ଛିଣ୍ଡା ସୁନାଚେନ୍‌ ମିତାରାଣୀଙ୍କ ପାଖରେ ରହିଥିବା ବେଳେ ଉଦଳା ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Share