ଦେଶବାସୀଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଲେ ସୁନକ

ଲଣ୍ଡନ,୧୧ା୧୧: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଶନିବାର ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ସମସ୍ତ ଦେଶବାସୀଙ୍କର ଉଜ୍ଜ୍ୱଳ ଭବିଷତ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ୧୦ ଡାଉନିଂ ଷ୍ଟ୍ରିଟ୍‌ରୁ ଏହି ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି।

ସୁନକ କହିଛନ୍ତି, ଦୀପାବଳି ପର୍ବ ଆସନ୍ତାକାଲି ଏକ ଉଜ୍ଜ୍ୱଳ ପ୍ରତିନିଧିତ୍ୱ କରେ ଯେପରି ଅନ୍ଧାର ଉପରେ ଆଲୋକର ବିଜୟ। ସେ କହିଛନ୍ତି, ପ୍ରଥମେ ବ୍ରିଟେନ ଏସୀୟ ପ୍ରଧାନମନ୍ତ୍ରୀ ତଥା ଜଣେ ଦୃଢ଼ ହିନ୍ଦୁ ଭାବରେ ମୁଁ ଆଶା କରୁଛି ଯେ, ଦୀପାବଳି ପର୍ବ ହେଉଛି ଜାତି ଓ ସାଂସ୍କୃତିକ ବିବିଧତାର ପର୍ବ, ଯାହା ବ୍ରିଟେନକୁ ସ୍ବତନ୍ତ୍ର କରିଥାଏ।

Share