ସିଟ୍‌ ବେଲ୍ଟ ବାନ୍ଧି ନ ଥିବାରୁ ଜରିମାନା ଦେଲେ ସୁନକ…

ଲଣ୍ଡନ,୨୧।୧ : ପାଶ୍ଚାତ୍ୟ ଦେଶଗୁଡିକ ନିୟମ ଏବଂ ଆଇନଗୁଡିକ ଉପରେ କେତେ କଠୋର, ଏହା ଜାଣିହେବ ଯେ ସେଠାରେ ନିୟମ ପାଳନ ନକରିବାରୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ। କାରରେ ସିଟ ବେଲ୍ଟ ନ ପିନ୍ଧି ନଥିବାରୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଜରିମାନା ଦେବାକୁ ପଡ଼ିଛି। ଚଳନ୍ତା କାରରେ ସିଟ ବେଲ୍ଟ ନ ପିନ୍ଧିଥିବାରୁ ସୁନକଙ୍କ ୧୦୦ ପାଉଣ୍ଡ ଜରିମାନା କରାଯାଇଛି। ଗୁରୁବାର ଋଷି ସୁନକ ତାଙ୍କ ଭୁଲ ପାଇଁ କ୍ଷମା ମାଗିଛନ୍ତି ଏବଂ କହିଛନ୍ତି ଯେ ଏକ ଭିଡିଓ ଶୁଟିଂ କରିବା ସମୟରେ ସେ ସିଟ ବେଲ୍ଟ ହଟାଇ ଦେଇଥିଲେ। ଯାହା ତାଙ୍କର ଭୁଲ।

ବ୍ରିଟେନରେ କାରରେ ସିଟ ବେଲ୍ଟ ନ ପିନ୍ଧିଲେ ୧୦୦ରୁ ୫୦୦ ପାଉଣ୍ଡ ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିଥାଏ। ତଥାପି, ମେଡ଼ିକାଲ ଚିକିତ୍ସା ଆଧାରରେ ଜରିମାନା ଛାଡ଼ କରାଯାଇପାରିବ। ଇଂଲଣ୍ଡରେ ଆଇନ ଅନୁଯାୟୀ, ୧୪ ବର୍ଷରୁ ଅଧିକ ବୟସ୍କ ଯାତ୍ରୀ ଏକ କାରରେ ଯାତ୍ରା କରିବା ସମୟରେ ସିଟ ବେଲ୍ଟ ପିନ୍ଧିବା ଆବଶ୍ୟକ।

ସୂଚନାଯୋଗ୍ୟ ଯେ ତାଙ୍କ ସରକାରଙ୍କ ନୂତନ ନୀତି ଘୋଷଣା କରିବାବେଳେ ସୁନକ ସୋସିଆଲ ମିଡିଆ ପାଇଁ ଏକ ଭିଡିଓ ଶୁଟିଂ କରିଥିଲେ। ଭିଡିଓ ଶୁଟିଂ ସମୟରେ ସୁନକ କାରରେ ଯାତ୍ରା କରୁଥିଲେ ଏବଂ ପଛ ସିଟରେ ବସିଥିବା ବେଳେ ସିଟ ବେଲ୍ଟ ମଧ୍ୟ ପିନ୍ଧି ନ ଥିଲେ। ଯାହା ପରେ ତାଙ୍କୁ ଜରିମାନା କରାଯାଇଛି। ବ୍ରିଟେନର ପରିବହନ ବିଭାଗର ତଥ୍ୟ ଅନୁଯାୟୀ, ୨୦୨୧ ମସିହାରେ ସେଠାରେ କାର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ୩୦ ପ୍ରତିଶତ ଲୋକ ଯେଉଁମାନେ ଦୁର୍ଘଟଣା ସମୟରେ ସିଟ ବେଲ୍ଟ ପିନ୍ଧି ନ ଥିଲେ।

ସରକାରରେ ଥିବାବେଳେ ଏହା ଦ୍ୱିତୀୟ ଥର ପାଇଁ ସୁନକଙ୍କୁ ଜରିମାନା କରାଯାଇଛି। ଗତ ବର୍ଷ ମଧ୍ୟ କରୋନା ସମୟରେ ଲଗାଯାଇଥିବା ଲକଡାଉନ ନିୟମ ଭାଙ୍ଗିଥିବାରୁ ତାଙ୍କୁ ଜରିମାନା କରାଯାଇଥିଲା। ବ୍ରିଟେନରେ ନିୟମ ଭାଙ୍ଗିବା ପାଇଁ ଦିଆଯାଇଥିବା ଜରିମାନାକୁ ଫିକ୍ସଡ ଜରିମାନା କୁହାଯାଏ। ବ୍ୟକ୍ତିଙ୍କୁ ଜରିମାନା ହେବାର ୨୮ ଦିନ ମଧ୍ୟରେ ଦେବାକୁ ପଡିବ କିମ୍ବା କୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରିବାକୁ ପଡିବ ।

Share