ପୁଟିନଙ୍କୁ ସୁନକଙ୍କ ଧମକ, ଶୀଘ୍ର ୟୁକେନ୍‌ ଖାଲି କର…

ବାଲି/ଲଣ୍ଡନ,୧୬।୧୧ : ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ୟୁକ୍ରେନ ସଙ୍କଟକୁ ନେଇ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କଡ଼ା ସମାଲୋଚନା କରି ଧମକ ଦେଇଛନ୍ତି। ସୁନକ କହିଛନ୍ତି ଯେ ଜି-୨୦ଶିଖର ସମ୍ମିଳନୀରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିଶ୍ୱ ନେତାଙ୍କ ସହ ମୁହାଁମୁହିଁ ହେବାର ଉଚିତ ଥିଲା। ଏହା ସୁନାକ ରୁଷିଆକୁ ୟୁକ୍ରେନରୁ ବାହାରି ଯିବାକୁ କହିଛନ୍ତି।

ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭୋରଭଙ୍କ ଉପସ୍ଥିତିରେ ବ୍ରିଟେନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବ୍ରିଟେନ ୟୁକ୍ରେନକୁ ସମର୍ଥନ କରିବ। ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣକୁ ବେଆଇନ ବୋଲି ବର୍ଣ୍ଣନା କରି ସୁନକ କହିଛନ୍ତି ଯେ ରୁଷିଆର ବେଆଇନ ଯୁଦ୍ଧ ଆମ ସମସ୍ତଙ୍କ ଉପରେ ଗଭୀର ପ୍ରଭାବ ପକାଇଛି। ଏହାକୁ ପରିବର୍ତ୍ତନ କରିବାର ଜଣେ ବ୍ୟକ୍ତିଙ୍କର ଶକ୍ତି ଅଛି। ବ୍ରିଟିଶ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଠାରେ ଉଲ୍ଲେଖନୀୟ ଯେ ପୁଟିନ ଏଠାରେ ଯୋଗ ଦେଇପାରି ନାହାନ୍ତି।

ଯଦି ପୁଟିନ ଏଠାରେ ଥାଆନ୍ତେ, ବୋଧହୁଏ ଆମେ ସମସ୍ୟାକୁ ସଜାଡି ଦେଇଥାନ୍ତୁ। ସୁନକ କହିଛନ୍ତି ଯେ ଦେଶମାନେ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବା ଉଚିତ ନୁହେଁ।

 

Share