ୟୁରୋପରେ ବେଆଇନ ପ୍ରବାସୀଙ୍କ ଉପରେ ପ୍ରତିବନ୍ଧକ ନେଇ ସୁନକଙ୍କ ଉଦ୍‌ବେଗ

ଲଣ୍ଡନ,୧୭ା୧୨: ୟୁରୋପରେ ବେଆଇନ ପ୍ରବେଶ ନେଇ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସୁନକ କହିଛନ୍ତି, କିଛି ଶତ୍ରୁ ଲୋକଙ୍କର ସ୍ଥାନାନ୍ତରକୁ ଅସ୍ତ୍ର ଭାବରେ ବ୍ୟବହାର କରି ସମାଜକୁ ଅସ୍ଥିର କରିବାକୁ ଚାହୁଁଛନ୍ତି। ସେ କହିଛନ୍ତି, ବଢୁଥିବା ପ୍ରବାସୀ ସଂଖ୍ୟା ୟୁରୋପୀୟ ଦେଶମାନଙ୍କ ଉପରେ ଅଧିକ ଭାରୀ ପଡ଼ିପାରେ।

ଅବାଧ ପ୍ରବାସୀମାନଙ୍କୁ ରୋକିବା ପାଇଁ ବ୍ରିଟେନ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସୁନକ ଏହି ବିଲକୁ ବର୍ତ୍ତମାନର କଠୋର ବିରୋଧୀ ଆଇନ ବୋଲି ବର୍ଣ୍ଣନା କରିଛନ୍ତି। ନିଜ ଦେଶକୁ କିଏ ଆସିବ ତାହା ସ୍ଥିର କରିବାର ବ୍ରିଟେନ ଲୋକଙ୍କର ଅଧିକାର ରହିବ ବୋଲି ସେ କହିଛନ୍ତି।

Share