ରାଉରକେଲାକୁ ଶଟ୍‌ଡାଉନ୍‌ ଘୋଷଣା କଲେ ଜିଲାପାଳ

ସୁନ୍ଦରଗଡ଼,୧୦ା୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଶୁକ୍ରବାର ସୁନ୍ଦରଗଡ଼ ଜିଲାରେ ପୁଣି ୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଭଳି ସ୍ଥିତିରେ ଜିଲା ପ୍ରଶାସନ ପକ୍ଷରୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ପରିଶେଷରେ ରାଉରକେଲା ସହର ଓ କଲୁଙ୍ଗା ଶିଳ୍ପାଞ୍ଚଳକୁ ଶଟ୍‌ଡାଉନ ଘୋଷଣା କରିଛନ୍ତି। ଶନିବାର ଓ ରବିବାର ଏହି ଅଞ୍ଚଳକୁ ଶଟ୍‌ଡାଉନ ଘୋଷଣା କରାଯାଇଛି। ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ଏକ ବିଜ୍ଞପ୍ତିରେ ଏହି ଘୋଷଣା କରିଛନ୍ତି। ଶନିବାର ଭୋର୍‌ ୫ଟାରୁ ସୋମବାର ପର୍ଯ୍ୟନ୍ତ ଶଟ୍‌ଡାଉନ୍‌ ହେବ। ଏହା ଜୁଲାଇ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ଶୁକ୍ରବାର ରାତି ୯ଟାରୁ ଭୋର୍‌ ୫ଟା ପର୍ଯ୍ୟନ୍ତ ପୂର୍ବ ଭଳି ରାତ୍ରିକାଳୀନ କର୍ଫ୍ୟୁ ମଧ୍ୟ କଡ଼ାକଡ଼ି ପାଳନ କରାଯିବା ନେଇ ନିର୍ଦ୍ଦେଶ ଦେଇଛନ୍ତି।

Share