ହେମଗିରି,୧୪ା୮(ଡି.ଏନ୍.ଏ.): ଲଗାଣ ବର୍ଷା ଯୋଗୁ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ତୁହାକୁ ତୁହା ଲଗାଣବର୍ଷା ଜନଜୀବନ ଅସ୍ତବ୍ୟସ୍ତ କରିଥିବା ବେଳେ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲାକୁ ସଂଯୋଗ କରୁଥିବା ଚାଉରିମହୁଲ ବ୍ରିଜ ଉପରେ ପ୍ରାୟ ୨ରୁ ୩ ଫୁଟ ଉପରେ ପାଣି ପ୍ରବାହିତ ହେଉଥିବାରୁ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ଏଥିସହିତ ବ୍ରିଜର ଦୁଇ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି। ଏହି ସମସ୍ୟା ପ୍ରତିବର୍ଷ ସୃଷ୍ଟି ହେଉଥିବା ବେଳେ ଏଠାରେ ଏକ ବଡ଼ ବ୍ରିଜ ନିର୍ମାଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।