Categories: ଖେଳ

ପୁରୀକୁ ୧୫-୧ରେ ହରାଇଲା ସୁନ୍ଦରଗଡ଼

ଭୁବନେଶ୍ୱର, ୨୬।୪(କ୍ରୀଡ଼ା ପ୍ରତିନିଧି): ସିନିୟର ପୁରୁଷ ଆନ୍ତଃ ଜିଲା ଫୁଟବଲ ଚାମ୍ପିୟନଶିପ୍‌ ସାହାଣୀ କପ୍‌ରେ ମଙ୍ଗଳବାର ୪ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ୭ମ ବାଟାଲିୟନ ଗ୍ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚରେ ସୁନ୍ଦରଗଡ଼ ୧୫-୧ ଗୋଲରେ ପୁରୀକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ଆକାଶ ବେକ୍‌ ୧୭, ୨୧, ୩୯, ୫୧ ଓ ୬୩ତମ ମିନିଟରେ ୫ଟି, କିଶୋର ଖାଡିଆ ୫, ୬୭, ୮୭ ଓ ୯୦ତମ ମିନିଟରେ ୪ଟି, ସ୍ବାଧୀନ ବଢ଼େଇ ୫୩ ଓ ୫୬ତମ ମିନିଟରେ ୨ଟି ଏବଂ ଶକ୍ତି କିଶାନ ୨୦, ମହେଶ ପ୍ରଧାନ ୪୩, ଜମିର ଓରାମ ୭୫ ଓ ପ୍ରଶାନ୍ତ ଓରାମ ୬୭ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ପୁରୀ ପକ୍ଷରୁ ବି. ଶିବା ୬୭ତମ ମିନିଟରେ ଗୋଟିଏ ଗୋଲ ପରିଶୋଧ କରିଥିଲେ।

ଭୁବନେଶ୍ୱର ୧୧, ନୟାଗଡ଼ ୨

କ୍ୟାପିଟାଲ ଫୁଟବଲ ଆରେନାରେ ଅନୁଷ୍ଠିତ ମ୍ୟାଚରେ ଭୁବନେଶ୍ୱର ୧୧-୨ ଗୋଲରେ ନୟାଗଡ଼କୁ ପରାସ୍ତ କରିଛି। ଭୁବନେଶ୍ୱର ପକ୍ଷରୁ ଭାବଗ୍ରାହୀ ପଡ଼ିହାରୀ ୩୩, ୩୪, ୪୫+୧ ଓ ୪୬ତମ ମିନିଟରେ ୪ଟି, ପପୁ ମାଝି ୭, ୯ ଓ ୫୬ତମ ମିନିଟରେ ୩ଟି, ରାଜେଶ ନାୟକ ୨୫ ଓ ୪୫ତମ ମିନିଟରେ ୨ଟି ଏବଂ ସେକ୍‌ ଜାହିଦ ୬୦ ଓ ସମିତ ପାନା ୭୦ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ନୟାଗଡ଼ ପକ୍ଷରୁ ବସନ୍ତ ହେମ୍ବ୍ରମ ୪୯ ଓ ମୁନୁ ଗଗରାଇ ୯୦ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ।

ବୌଦ୍ଧ ୬, ବାଲେଶ୍ୱର ୦

କଟକର ବିଡ଼ାନାସୀ ପଡ଼ିଆରେ ଆୟୋଜିତ ମ୍ୟାଚରେ ବୌଦ୍ଧ ୬-୦ ଗୋଲରେ ବାଲେଶ୍ୱରକୁ ହରାଇ ଦେଇଛି। ବୌଦ୍ଧ ପକ୍ଷରୁ ଅନୁରାଗ ସାହୁ ୨୯ ଓ ୪୫+୨ ମିନିଟରେ ୨ଟି, ବିକ୍ରମ ନାଏକ ୭୨ ଓ ୮୩ତମ ମିନିଟରେ ୨ଟି ଏବଂ ଓଁକାର ଦେହୁରୀ ୫୧ ଓ ଦେବାଶିଷ ବେହେରା ୫୪ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ।

ଜଗତ୍‌ସିଂହପୁର ୨, ଅନୁଗୋଳ ୦

କଟକ ଚୌଦ୍ୱାରସ୍ଥିତ ଓଟିଏମ୍‌ ଗ୍ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚରେ ଜଗତ୍‌ସିଂହପୁର ୨-୦ ଗୋଲରେ ଅନୁଗୋଳକୁ ହରାଇ ଦେଇଛି। ବିଜୟୀ ଦଳ ପକ୍ଷରୁ ଯଦୁନାଥ ହାଁସଦା ୮୫ ଓ ଚତୁରଞ୍ଜନ ମାରାଣ୍ଡି ୯୦+୧ ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ।

Share