ବିଜେଡି ହାତକୁ ଗଲା ସୁନ୍ଦରଗଡ଼ ପୌର ଉପାଧ୍ୟକ୍ଷ ପଦ

ସୁନ୍ଦରଗଡ଼,୭ା୪(ଡି.ଏନ୍‌.ଏ.): ସୁନ୍ଦରଗଡ଼ ପୌର ପରିଷଦ ଉପାଧ୍ୟକ୍ଷ ନିର୍ବାଚନ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬ ନମ୍ବର ଓ୍ବାର୍ଡର ବିଜେଡି କାଉନସିଲର ଲଲାଟେନ୍ଦୁ ପରିଡା ନିର୍ଦ୍ୱନ୍ଦ୍ୱରେ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ୧୯ଟି ଓ୍ବାର୍ଡ ମଧ୍ୟରୁ ୧୧ ଟିରେ ବିଜେଡି, ୭ଟିରେ ଭାଜପା ଓ ଗୋଟିଏରେ ସ୍ବାଧୀନ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ହେଲେ ପୌରାଧ୍ୟକ୍ଷା ପଦବୀରେ ଭାଜପାର ତନୟା ମିଶ୍ର ବିଜୟୀ ହୋଇଛନ୍ତି। ବିଜୟୀ ୧୧ କାଉନସିଲର ମଧ୍ୟରୁ ଲଲାଟେନ୍ଦୁଙ୍କ ଉପରେ ବିଜେଡି ସୁପ୍ରିମୋ ମୋହର ମାରିଥିଲେ।