ଅନୁଗୋଳ ଅଫିସ,୨୧।୩: ଆଜି ମଧ୍ୟପ୍ରଦେଶ ଫେରିଯିବ ସୁନ୍ଦରୀ। ଏଥିପାଇଁ ୬ ଜଣିଆ ବିଶେଷଜ୍ଞ ଦଳ ସାତକୋଶିଆ ଅଭିମୁଖେ ଆସୁଛନ୍ତି। ଅପରାହ୍ନ ସୁଦ୍ଧା ଏହି ଦଳ ଅନୁଗୋଳରେ ପହଞ୍ଚିବେ। ସାତକୋଶିଆ ବନ ଅଧିକାରୀମାନଙ୍କ ସହ ଆଲୋଚନା ପରେ ଏନ୍କ୍ଲୋଜରକୁ ଯାଇ ବାଘୁଣୀର ପରିସ୍ଥିତି ଅନୁଧ୍ୟାନ କରିବେ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ସାତକୋଶିଆ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ସୁନ୍ଦରୀକୁ ଅଣାଯାଇଥିଲା। ଦୁଇଦୁଇଥର ମଣିଷ ଶିକାର କରିବା ପରେ ୨୦୧୮ରୁ ସୁନ୍ଦରୀକୁ ଏନ୍କ୍ଲୋଜର ଭିତରେ ରଖାଯାଇଛି। ଏବେ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ଅଭୟାରଣ୍ୟକୁ ଫେରାଇ ନେବା ପାଇଁ ନିଷ୍ପତ୍ତି ନିଆଯାଇଛି।