Categories: ଜାତୀୟ

ରବିବାର ସମ୍ପୂର୍ଣ୍ଣ ଲକ୍‌ଡାଉନ

ଚେନ୍ନାଇ,୯।୧: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ପ୍ରତି ରବିବାର ସମ୍ପୂର୍ଣ୍ଣ ଲକ୍‌ଡାଉନ ଘୋଷଣା କରଛନ୍ତି। ଏହି ସମୟରେ ଅତ୍ୟାବଶ୍ୟକ ସେବା ଚାଲୁ ରହିବ। ହେଲେ ପବ୍ଲିକ ଟ୍ରାନ୍ସପୋର୍ଟ ସମ୍ପୂର୍ଣ୍ଣ ବନ୍ଦ ରହିବ । ହୋଟେଲ ଓ ରେଷ୍ଟୁରାଣ୍ଟରୁ ଲୋକେ କେବଳ ପାର୍ସଲ ନେଇ ପାରିବେ। ବିମାନ ଏବଂ ଟ୍ରେନରେ ଆସୁଥିବା ଯାତ୍ରୀ ଟିକେଟ ଦେଖାଇ ଯାଇପାରିବେ । ଲକ୍‌ଡାଉନରେ ପେଟ୍ରୋଲ ପମ୍ପ ଖୋଲା ରହିବ । ଏହା ସହ ରାଜ୍ୟରେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଜାରି କରାଯାଇଛି। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ହଜାର ୯୭୮ ନୂଆ ମାମଲା ସାମ୍ନାକୁ ଆସିଛି। ଏହି କଟକଣା ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଲାଗୁ ରହିବ।

Share