ଲକ୍ଷ୍ନୌ, ୨୬।୨ : ଉତ୍ତରପ୍ରଦେଶରେ ପଞ୍ଚମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ରବିବାର ହେବାକୁ ଯାଉଛି। ରାଜ୍ୟର ୧୨ ଜିଲାର ୬୧ ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ଭୋଟର ଏହି ପର୍ଯ୍ୟାୟରେ ୬୯୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ। ପ୍ରୟାଗରାଜ, ଅଯୋଦ୍ଧା, ଚିତ୍ରକୂଟ, ବାରାବାଙ୍କି, ପ୍ରତାପଗଡ଼, କୌଶମ୍ବି, ଅମେଠି, ଗୋଣ୍ଡା,ରାୟବରେଲୀ, ବହରାଇଚ୍, ଶାବସ୍ତି, ସୁଲତାନପୁର ଆଦି ଜିଲାରେ ଫେବୃୟାରୀ ୨୭ରେ ସକାଳ ୭ଟାଠାରୁ ମତଦାନ ଆରମ୍ଭ ହେବ।
ପ୍ରୟାଗରାଜ ଜିଲାର ପ୍ରତାପପୁର ବିଧାନସଭା ଆସନରେ ସର୍ବାଧିକ ୨୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେହିପରି ଏହି ଜିଲାର ଫାଫାମଉ ଆସନରେ ୨୧ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ନିର୍ବାଚନ ଲଢୁଥିବା ସିରାଥୁ ବିଧାନସଭା ଆସନରେ ସର୍ବାଧିକ ୧୮ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ରହିଛନ୍ତି।
୨୦୧୭ ବିଧାନସଭା ନିର୍ବାଚନରେ ଭାଜପା ଏହି ଆସନ ମଧ୍ୟରୁ ୪୭ରେ ବିଜୟ ହାସଲ କରିଥିଲା।