ଭୁବନେଶ୍ୱର,୧୯।୨(ବ୍ୟୁରୋ): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ରବିବାର ମତଦାନ ହେବ। ଏ ନେଇ ଶୁକ୍ରବାର ସାରୁ ପ୍ରଚାର ଶେଷ ହୋଇ ଥିବା ବେଳେ ଶନିବାର ପ୍ରତି ବୁଥ୍ରେ ପୋଲିଂ କର୍ମଚାରୀ ପହଞ୍ଚିବେ । ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ତୃତୀୟ ପର୍ଯ୍ୟାୟରେ ରାଜ୍ୟରେ ୧୭୧ଟି ଜିଲା ପରିଷଦ ଜୋନରେ ନିର୍ବାଚନ ହେବ। ୧ ହଜାର ୩୮୨ ସରପଞ୍ଚ, ସମିତି ସଭ୍ୟ ଏବଂ ୧୮ ହଜାର ୪୯୫ଟି ଓ୍ବାର୍ଡରେ ଭୋଟିଂ ହେବ । ୫୬ ଲକ୍ଷରୁ ଅଧିକ ଭୋଟର ନିଜର ମତ ସାବ୍ୟସ୍ତ କରିବେ । ହିଂସାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯିବ।