ଗିରଫ ହେଲେ ସୁନ୍ଦରଗଡ଼ ଏଡିଏମ୍‌

ଭୁବନେଶ୍ୱର/ସୁନ୍ଦରଗଡ଼,୧୩ା୨(ବ୍ୟୁରୋ/ଡି.ଏନ୍‌.ଏ.): ସୁନ୍ଦରଗଡ଼ର ଅତିରିକ୍ତ ଜିଲାପାଳ ବିଶ୍ୱଜିତ ମହାପାତ୍ର ଶେଷରେ ଗିରଫ ହୋଇଛନ୍ତି। ଦୁର୍ନୀତି ନିବାରଣ ଆଇନ ଆଧାରରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ରବିବାର ତାଙ୍କୁ ଭୁବନେଶ୍ୱରର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯିବ। ବିଶ୍ୱଜିତଙ୍କ ସ୍ତ୍ରୀଙ୍କ ବିରୋଧରେ ମଧ୍ୟ ଭିଜିଲାନ୍ସ ବିଭାଗ ମାମଲା ରୁଜୁ କରିଛି।

ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଶ୍ୱଜିତ୍‌ଙ୍କ ଘର, ଅଫିସ ଓ ସରକାରୀ ବାସଗୃହ ସମେତ ୧୦ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ଶୁକ୍ରବାର ଓ ଶନିବାର ଏହି ଚଢ଼ାଉ ହୋଇଥିଲା।

Share