ସୁନ୍ଦରଗଡ଼ ପୁଣି ଶୀର୍ଷରେ: ଚିନ୍ତାରେ ପ୍ରଶାସନ

ସୁନ୍ଦରଗଡ଼,୮।୫: ସୁନ୍ଦରଗଡ଼ ଜିଲାରେ କରୋନା ସଂକ୍ରମଣ ହାର ଥମିବାର ନାଆଁ ଧରୁନାହିଁ। ଗତ ୨୪ ଘଣ୍ଟାରେ ପୁଣି ୧,୯୨୨ ପଜିଟିଭ ଚିହ୍ନଟ ହୋଇ ଏହି ଜିଲା ଶୀର୍ଷରେ ରହିଛି। ମୋଟ ଆକ୍ରାନ୍ତ ମଧ୍ୟରେ କେବଳ ରାଉରକେଲାରେ ୮୦ ପ୍ରତିଶତ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ସ୍ବରୂପ ରାଉରକେଲା ବିଭିନ୍ନ ଅଞ୍ଚଳ ସମେତ ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାରେ ଥିବା ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଜିଲାର ରାଉରକେଲାରେ ୧,୧୨୧, ସୁନ୍ଦରଗଡ ପୌରାଞ୍ଚଳର ୧୪୬, ସୁନ୍ଦରଗଡ ସଦର ବ୍ଲକରେ ୨୦, ରାଜଗାଙ୍ଗପୁରରେ ୮୨, ବିଶ୍ରାରେ ୯୭, ଲଠିକଟାରେ ୩୨, କୁଆଁରମୁଣ୍ଡାରେରେ ୬୯, ଟାଙ୍ଗରପାଲିରେ ୨୫, ଲେଫ୍ରିପଡାରେ ୫୧, ହେମଗିରରେ ୧୯, ସବ୍‌ଡେଗାରେ ୬୫, ଲହୁଣୀପଡାରେ ୫୭, ନୂଆଗାଁ ବ୍ଲକରେ ୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବୀରମିତ୍ରପୁର ପୌରାଞ୍ଚଳରେ କେହି ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି। ବଡଗାଁରେ ୨୪, ଗୁରୁଣ୍ଡିଆରେ ୩୫, କୋଇଡ଼ାରେ ୨୪, ବଣାଇରେ ୪ ଓ ବାଲିଶଙ୍କରାରେ ୧୮ ଜଣ ଚିହ୍ନଟ ହୋଇଛନ୍ତି।

Share