Categories: ଖେଳ

ସୁନ୍ଦରଗଡ଼, ବରଗଡ଼ ବିଜୟୀ

ଭୁବନେଶ୍ୱର,୬ା୫(ସ୍ପୋଟର୍‌ସ ବ୍ୟୁରୋ): ୬୨ତମ ଜାତୀୟ ପୁରୁଷ ସିନିୟର ଆନ୍ତଃଜିଲା ଫୁଟ୍‌ବଲ ଚାମ୍ପିୟନଶିପ୍‌ ସାହାଣୀ କପ୍‌ର କ୍ୱାର୍ଟରଫାଇନାଲ ଲିଗ୍‌ ପର୍ଯ୍ୟାୟ ଆରମ୍ଭ ହୋଇଛି। ଶୁକ୍ରବାର ସୁନ୍ଦରଗଡ଼ ଓ ବରଗଡ଼ ସେମାନଙ୍କ ମ୍ୟାଚରେ ବିଜୟ ହାସଲ କରିଛନ୍ତି। କଟକସ୍ଥିତ ଓଟିଏମ୍‌ ଗ୍ରାଉଣ୍ଡରେ ଖେଳାଯାଇଥିବା ପ୍ରଥମ ମ୍ରାଚରେ ସୁନ୍ଦରଗଡ଼ ୪-୧ ଗୋଲ୍‌ରେ ବୌଦ୍ଧକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ କିଶୋର ଖାଡିଆ (୬୮ତମ ଓ ୭୩ ତମ ମିନିଟ) ଦୁଇଟି ଗୋଲ୍‌ ଦେଇଥିବା ବେଳେ ଦୀପକ ମୁଣ୍ଡା (୫୨ତମ) ଓ ସ୍ବାଧୀନ ବଡେଇ (୭୮ତମ) ଗୋଟିଏ ଲେଖାଏଁ ଗୋଲ୍‌ ସ୍କୋର କରିଛନ୍ତି। ପ୍ରଶାନ୍ତ ବେହେରା, ଦିଲୀପ ରାଉତ, ଦେବାଶିଷ ବାଗ୍‌ ଓ ଉତ୍କଳମଣି ବେହେରା ମ୍ୟାଚ ଅଫିସିଆଲ ଦାୟିତ୍ୱ ତୁଲାଇଥିବା ବେଳେ ଯୁଗଳ କିଶୋର ଦାସ ମ୍ୟାଚ କମିଶନର ଦାୟିତ୍ୱ ତୁଲାଇଥିଲେ।
ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ଫୁଟ୍‌ବଲ ଆରେନାଠାରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ବରଗଡ଼ ୩-୨ ଗୋଲ୍‌ରେ ଝାରସୁଗୁଡାକୁ ହରାଇ ଦେଇଛି। ଏହି ମ୍ୟାଚରେ ବରଗଡ଼ ପକ୍ଷରୁ କ୍ରିଷ୍ଣା ହରିପାଲ (୩୪ତମ ଓ ୬୯ତମ ମିନିଟ) ଦୁଇଟି ଗୋଲ ସ୍କୋର କରିଥିବା ବେଳେ ଫ୍ରାନ୍‌ସିସ୍‌ ଲାକ୍ରର (୪୨ତମ) ଗୋଟିଏ ଗୋଲ୍‌ ଦେଇଥିଲେ। ଝାରସୁଗୁଡ଼ା ତରଫରୁ ଅବିନାଶ ମୁଣ୍ଡା (୬୧ତମ) ଓ ଘନଶ୍ୟାମ ମାଝି (୪୫ତମ) ଗୋଟିଏ ଲେଖାଏଁ ଗୋଲ୍‌ ସ୍କୋର କରିଥିଲେ। ଭୀମ ଛେତ୍ରୀ, ପ୍ରଦୀପ୍ତ ନାୟକ, ଲକ୍ଷ୍ମଣ ସେଠ୍‌ ଓ ଜ୍ୟୋତିରଞ୍ଜନ ସ୍ବାଇଁ ମ୍ୟାଚ ଅଫିସିଆଲ ଏବଂ ସୁଜିତ ପାତ୍ରୋ ମ୍ୟାଚ କମିଶନର ଦାୟିତ୍ୱ ତୁଲାଇଥିଲେ।

Share