ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ଦାବି: ବିଧାୟିକା କୁସୁମ ଟେଟେଙ୍କ ନେତୃତ୍ୱରେ ମାନବ ଶୃଙ୍ଖଳ

ସୁନ୍ଦରଗଡ,୧୪।୯(ଡି.ଏନ୍‌.ଏ.): ସୁନ୍ଦରଗଡରେ ଓଡ଼ିଶାର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ଦାବି ନେଇ ମଙ୍ଗଳବାର ସ୍ଥାନୀୟ ବିଧାୟିକା କୁସୁମ ଟେଟେଙ୍କ ନେତୃତ୍ୱରେ ମାନବ ଶୃଙ୍ଖଳ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଡିଆର୍‌ଡିଏ ଛକଠାରୁ ଏନ୍‌ଟିପିସି ମେଡିକାଲ ପର୍ଯ୍ୟନ୍ତ ଏହି ୫ କିମି ଏହି ମାନବ ଶୃଙ୍ଖଳ ଅନୁଷ୍ଠିତ ହୋଇ ଲଗାଣ ବର୍ଷା ମଧ୍ୟରେ ବିଧାୟିକା ଓ ଶହ ଶହ ସଂଖ୍ୟାରେ ଜନସାଧାରଣ ଏଥିରେ ଭାଗ ନେଇଥିଲେ। ଜିଲାରେ ଏମ୍ସ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରନ୍ତୁ ବୋଲି ଦାବି କରି ହାତରେ ପ୍ଲାକାର୍ଡ ଧରି ଏହି ମାନବ ଶୃଙ୍ଖଳରେ ଭାଗ ନେଇଥିଲେ।