ସୁନ୍ଦରଗଡ଼ ଜିଲାରୁ ଦିନକରେ ସର୍ବାଧିକ ୧୧୦୦ କରୋନା ପଜିଟିଭ ଚିହ୍ନଟ: ଚିନ୍ତା ବଢ଼ାଉଛି ସୀମା

ସୁନ୍ଦରଗଡ଼,୧।୫(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାରେ ଗତ ୨୪ଘଣ୍ଟାରେ ସର୍ବାଧିକ ୧୧୦୦ କରୋନା ପଜିଟିଭ ଚିହ୍ନଟ ହୋଇଛି। ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାରେ ଥିବା ଏହି ଜିଲାରେ କରୋନା ସଂକ୍ରମଣକୁ ରୋକିବା ସକାଶେ ସପ୍ତାହନ୍ତ ସଟ୍‌ ଡାଉନ ଓ ରାତ୍ରିକାଳୀନ କର୍ଫ୍ୟୁ ଚାଲିଥିଲେ ମଧ୍ୟ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ସାଙ୍ଗକୁ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଏନେଇ ସାଧାରଣରେ ଉଦବେଗ ପ୍ରକାଶ ପାଉଛି। ଶନିବାର ସଟ୍‌ଡାଉନ ଯୋଗୁ ସୁନ୍ଦରଗଡ ସହରରେ ରସ୍ତାଘାଟ ଶୂନଶାନ ହୋଇପଡିଛି।