୬ ପୌରାଧ୍ୟକ୍ଷା, ୭୬ କାଉନସିଲର ପ୍ରାର୍ଥୀପତ୍ର କାଏମ

ସୁନ୍ଦରଗଡ଼,୧୧ା୩(ଡି.ଏନ.ଏ.): ସୁନ୍ଦରଗଡ଼ ପୌରନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚପରେ ୬ ପୌରାଧ୍ୟକ୍ଷ ଏବଂ ୭୬ କାଉନସିଲର ପ୍ରାର୍ଥୀପତ୍ର କାଏମ ରହିଛି। ପୌରାଧ୍ୟକ୍ଷା ପଦବୀରେ ବିଜେଡିର ରଞ୍ଜନା ପଣ୍ଡା, ଭାଜପାର ତନୟା ମିଶ୍ର, କଗ୍ରେସର ସସ୍ମିତା ଯୋଶୀ ଏବଂ ସ୍ବାଧୀନ ପ୍ରାର୍ଥନୀ ଭାବେ ନିନିମା ପଟେଲ, ପଦ୍ମା ଦେବୀ ଓ ପୁଷ୍ପା ସିକିଆଙ୍କ ପ୍ରାର୍ଥୀ ପତ୍ର କାଏମ ରହିଛି। ସେହିପରି ୧୯ ଓ୍ବାର୍ଡରେ ମୋଟ ୭୬ ଜଣଙ୍କ ପ୍ରାର୍ଥୀପତ୍ର ମଧ୍ୟ କାଏମ ରହିଛି। ବର୍ତ୍ତମାନ ପ୍ରାର୍ଥୀ ପ୍ରଚାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ଭାଜପା, ବିଜେଡି ଓ କଂଗ୍ରେସ ପୌରାଧ୍ୟକ୍ଷା ପ୍ରାର୍ଥନୀ ବିଭିନ୍ନ ଓ୍ବାର୍ଡରେ ଘରକୁ ଘର ବୁଲି ପ୍ରଚାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ହେଲେ ନିର୍ବାଚନରେ ଉଭୟ ଭାଜପା ଓ ବିଜେଡିରେ ବିଦ୍ରୋହୀ ପ୍ରାର୍ଥୀଙ୍କୁ ନେଇ ଅଡୁଆ ପରିସ୍ଥିତି ସୃଷ୍ଟିି ହୋଇଛି।