Categories: ଖେଳ

ସେମିରେ ସୁନ୍ଦରଗଡ଼-ସମ୍ବଲପୁର, କିଟ୍‌-ଦେବଗଡ଼

ଭୁବନେଶ୍ୱର, ୨୨।୯ (କ୍ରୀଡ଼ା ପ୍ରତିନିଧି):ହକି ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ରାଜ୍ୟ ଜୁନିୟର ହକି ଚାମ୍ପିୟନଶିପର ସେମିଫାଇନାଲ ଲାଇନ୍‌ଅପ୍‌ ହୋଇଯାଇଛି। ଗୁରୁବାର ସୁନ୍ଦରଗଡ଼-ସମ୍ବଲପୁର ଏବଂ କିଟ୍‌-ଦେବଗଡ଼ ମଧ୍ୟରେ ସେମିଫାଇନାଲ ଅନୁଷ୍ଠିତ ହେବ। କିଟ୍‌ ଷ୍ଟାଡିୟମରେ ମ୍ୟାଚ ୨ଟି ଯଥାକ୍ରମେ ଅପରାହ୍ନ ୩ଟା୩୦ ଓ ୫ଟାରେ ଅନୁଷ୍ଠିତ ହେବ। ବୁଧବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ସୁନ୍ଦରଗଡ଼ ୫-୨ ଗୋଲରେ ସମ୍ବଲପୁରର ଶହୀଦ ମାଧୋ ସିଂ ହକି ଏକାଡେମୀକୁ ହରାଇଥିବାବେଳେ ଦେବଗଡ଼ ୨-୦ରେ ଢେଙ୍କାନାଳ, ସମ୍ବଲପୁର ୩-୦ରେ ଅନୁଗୋଳ ଏବଂ କିଟ୍‌ ବିଶ୍ୱବିଦ୍ୟାଳୟ ୪-୩ ଗୋଲରେ ଝାରସୁଗୁଡ଼ାକୁ ପରାସ୍ତ କରିଛି।

Share