Categories: ଜାତୀୟ

ହିଣ୍ଡନ ଏୟାରବେସ୍‌ ପାଚେରି ତଳେ ସୁଡ଼ଙ୍ଗ

ନୂଆଦିଲ୍ଲୀ,୧୨ା୧୨: ଦିଲ୍ଲୀଠାରୁ ୧୦ କିଲୋମିଟର ଦୂରରେ ଅବସ୍ଥିତ ରଣନୀତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହିଣ୍ଡନ ଏୟାରବେସ୍‌ ମଧ୍ୟକୁ ଏକ ସୁଡ଼ଙ୍ଗ ଖୋଳାଯିବାକୁ ଉଦ୍ୟମ ହୋଇଥିବା ସନ୍ଦେହ କରାଯାଉଛି। ଫଳରେ ଏୟାରବେସ୍‌ର ସୁରକ୍ଷାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଗାଜିଆବାଦରେ ଥିବା ଉକ୍ତ ଏୟାରବେସ୍‌ ପାଚେରି ତଳେ ୪ ଫୁଟ୍‌ ଗଭୀରର ଏକ ଖାତ ଥିବା ଜଣାପଡ଼ିଛି। ଏନେଇ ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ପୋଲିସ ସେଠାରେ ପହଞ୍ଚତ୍ଥିଲା। ଭାରତୀୟ ବାୟୁସେନାର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ଛନ୍ତି। ଖାତକୁ ଇତିମଧ୍ୟରେ ପୋତିଦିଆଯାଇଛି।
ବାୟୁସେନାର ଓ୍ବେଷ୍ଟର୍ନ ଏୟାର କମାଣ୍ଡ ଅଧୀନରେ କାର୍ଯ୍ୟ କରୁଥିବା ହିଣ୍ଡନ ଏୟାରବେସ୍‌ ଏସିଆର ସର୍ବବୃହତ୍‌ ଏୟାରବେସ୍‌। ସେଠାରେ ଭାରତୀୟ ବାୟୁସେନାର ସି-୧୭ ପରିବହନ ବିମାନ ରହିଛି। ସେଠାରେ ଥିବା ୨୦ ଫୁଟ ଉଚ୍ଚ ତଥା ପ୍ରଶସ୍ତ ପାଚେରିର ତଳଭାଗକୁ ଭଙ୍ଗାଯିବା ପରେ ସେଠାରେ ଖାତ ଖୋଳାଯାଇଥିଲା। ଉକ୍ତ ଅଞ୍ଚଳରେ କିଛିଦିନ ହେଲା ଚୋରି ଡକାୟତି ଘଟଣା ଘଟୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ପାଚେରି ତଳେ ସୁଡ଼ଙ୍ଗ ଖୋଳାକୁ ନେଇ ପୋଲିସ ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଛି।

Share