ଭାଜପା ରାଜ୍ୟ କାର୍ଯ୍ୟାଳୟରୁ ସୁନୀତି ମୁଣ୍ଡଙ୍କୁ ଘଉଡ଼ାଇ ଦେଲେ ମହିଳା କର୍ମୀ

ଭୁବନେଶ୍ୱର, ୩।୯: ଭାଜପାରୁ ନିଲମ୍ବିତ ଭୁବନେଶ୍ୱର ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ ମଙ୍ଗଳବାର ପାର୍ଟି ଅଫିସ ଆସିଥିବା ବେଳେ ତାଙ୍କୁ ଧକ୍କା ମାରି ଘଉଡ଼ାଇ ଦେଇଛନ୍ତି ମହିଳା ନେତ୍ରୀ। ଗଣମାଧ୍ୟମରେ ଦଳ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ମହିଳା କର୍ମୀମାନେ ତାଙ୍କୁ ବିରୋଧ କରି ଘଉଡ଼ାଇଥିବା ସୂଚନା ମିଳିଛି। ନିକଟରେ ତାଙ୍କୁ ଦଳରୁ ନିଲମ୍ବନ ହେବା ସତ୍ତ୍ୱେ ପାର୍ଟି ଅଫିସକୁ ଆସିଥିବା ବେଳେ ଏପରି ଅଭାବନୀୟ ପରିସ୍ଥିତିର ସାମ୍ନା କରିଛନ୍ତି ସୁନୀତି।

ସେପଟେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ”ମୁଁ ସେମିତି କିଛି ଭୁଲ୍‌ କରିନାହିଁ, ମୁଁ ଦଳରେ ଅଛି, ଏହା ମୋ ଘର” ବୋଲି ସୁନୀତି କହିଛନ୍ତି।

ତେବେ ଭାଜପାରୁ ନିଲମ୍ବନ ହେବା ପରେ ଏକ ଗଣାମଧ୍ୟମ ସଂସ୍ଥାକୁ ପ୍ରତିକ୍ରିୟା ଦେଇ ସୁନୀତି କହିଥିଲେ ରାଜ୍ୟ ଭଜାପରେ କୁଚକ୍ରୀ ଓ ଷଡ଼ଯନ୍ତ୍ରକାରୀ ଅଛନ୍ତି। କେନ୍ଦ୍ରୀୟ ଭାଜପା ଢାଞ୍ଚାରେ ରାଜ୍ୟରେ ଦଳ କାମ କରୁନାହିଁ। ଦଳରେ ପକ୍ଷପାତିତା ଓ ପ୍ରୀୟାପ୍ରୀତିପୋଷଣ ଚାଲିଥିବା ସୁନୀତି କହିଥିଲେ। ଏହା ସହିତ ସେ କହିଛନ୍ତି, ନିଲମ୍ବନର ସତ ଜାଣିବାକୁ ରାଜ୍ୟ ପ୍ରଭାରୀଙ୍କ ପାଖକୁ ଚିଠି ଲେଖିଥିଲି । ବନ୍ତ ଥାନାରେ ହୋଇଥିବା ମାମଲା ଯୋଗୁ କାର୍ଯ୍ୟାନୁଷ୍ଠାନ ହୋଇଥିବା ସଂଗଠନ ସମ୍ପାଦକ ଜଣାଇଛନ୍ତି । ହେଲେ ଥାନାରେ ହୋଇଥିବା ମାମଲା ସମ୍ପୂର୍ଣ୍ଣ ମିଛ ।”

ମିଛ ମାମଲାରେ ମୋ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଭାଜପାର ଏନେକ ଏମପି ଓ ବିଧାୟକଙ୍କ ନାଁରେ ଅନେକ ଏତଲା ରହିଛି । ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ସେ ପ୍ରଶ୍ନ କରିଥିଲେ। ଥାନାରେ ମାମଲା ରୁଜୁ ହେଲେ କଣ ଦଳୀୟ ଶୃଙ୍ଖଳା ଭଙ୍ଗ ହୁଏ ବୋଲି ସୁନୀତି ପ୍ରଶ୍ନ କରିବା ସହ କିଛି କୁଚକ୍ରୀ ତାଙ୍କୁ ଦଳରୁ ବିଦା କରିଥିବା ଅଭିଯୋଗ କରିଛନ୍ତି । ତେଣୁ ନିଲମ୍ବନ ନିଷ୍ପତ୍ତି ବିରୋଧରେ ଦିଲ୍ଲୀରେ କଥା ଉଠାଇବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଯୋଗ ଦେଲେ  ନୂତନ  ବିଡିଓ  ପ୍ରୀତିରଞ୍ଜନ ରଥ  

ଦାରିଙ୍ଗବାଡି,୨୫।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକରେ ନୂତନ ବିଡିଓ ଭାବେ ଶୁକ୍ରବାର ପ୍ରୀତିରଞ୍ଜନ ରଥ ଦାୟିତ୍ୱ ଗ୍ରହଣ କରିଛନ୍ତ। ସେ ନବରଙ୍ଗପୁର...

ଟଳିନି ବିପଦ: ଆହୁରି ୨ ଦିନ ନିର୍ଧୁମ ଛେଚିବ

ଭୁବନେଶ୍ୱର,୨୫ା୧୦(ଅନୁରାଧା ମହାରଣା):  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ପରେ କ୍ରମଶଃ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ତେବେ ଏହାର...

ବାତ୍ୟା ପରେ ବାତିଲ୍‌ ହୋଇଥିବା ଟ୍ରେନ୍‌….

ଭୁବନେଶ୍ୱର,୨୫ା୧୦(ଅନୁରାଧା ମହାରଣା)- ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଭଦ୍ରକ-ଧାମରା, କଟକ-ପାରାଦୀପ, ହରିଦାସପୁର-ପାରାଦୀପ, ଯଖପୁରା-କେନ୍ଦୁଝର, କଟକ-ତାଳଚେର ଏବଂ ଖୋର୍ଦ୍ଧା ରୋଡ଼-ଭଦ୍ରକ ରେଳ ସେକ୍ସନ ଗୁଡିକରେ ପାଣିପାଗ ବିଜ୍ଞାନ...

୧୫ବର୍ଷ ପରେ ହଠାତ୍ ବାଜିଲା ଏମର୍ଜେନ୍ସି ସାଇରନ୍‌: ବ୍ଲେଡ୍‌ରେ ଜେଲର ଓ ୱାର୍ଡରଙ୍କ ହାତ କାଟି ଦେଲେ କଏଦୀ

ଭୁବନେଶ୍ୱର,୨୫ା୧୦(ସତ୍ୟଜିତ୍‌ ରାଉତ): ଗ୍ୟାଙ୍ଗ୍‌ଓ୍ବାର, କଏଦୀଙ୍କୁ ମାଡ଼ ଓ ନିଶା କାରବାରକୁ ନେଇ ଚର୍ଚ୍ଚାରେ ରହୁଥିବା ଭୁବନେଶ୍ୱରସ୍ଥିତ ଝାରପଡ଼ା ସ୍ବତନ୍ତ୍ର ଜେଲରେ ଶୁକ୍ରବାର ଏକ ଅଭାବନୀୟ ଘଟଣା...

ବିଜେଡିକୁ ଝଟ୍‌କା ପରେ ଝଟ୍‌କା: ଗାଦିଚ୍ୟୁତ ହେଲେ… 

ଭୁବନେଶ୍ୱର,୨୫।୧୦: ବିଜେଡିକୁ ଝଟ୍‌କା ପରେ ଝଟ୍‌କା। ଚଳିତ ନିର୍ବାଚନ  ହାରିବା ପରେ ବିଜେଡିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗି ଚାଲିଛି । ଦଳର ବରିଷ୍ଠ...

ଶନିବାର, ରବିବାର ସରକାରୀ ଛୁଟି ବାତିଲ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୨୫ା୧୦(ଅନିଲ ଦାସ): ବାତ୍ୟା ‘ଦାନା’ ଯୋଗୁ କ୍ଷତିଗ୍ରସ୍ତ ଅଞ୍ଚଳରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶନିବାର ଓ ରବିବାର ୨ଦିନ...

୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ

ଫତେଗଡ,୨୫।୧୦: ୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ। ଏପରି ବୀଭତ୍ସ ହତ୍ୟାକାଣ୍ଡ ନୟାଗଡ ଜିଲା ଫତେଗଡ ଥାନା ଅଞ୍ଚଳରେ ଘଟିଛି। ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri