ଫେଲ୍‌ ମାରିଛି ସୁନେତ୍ର ଯୋଜନା

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ବହୁ ବର୍ଷ ହେବ ଚକ୍ଷୁ ବିଶେଷଜ୍ଞ ଓ ସହାୟକ ପଦବୀ ଖାଲି ପଡିଥିବାରୁ ୨୦ ଶଯ୍ୟା ବିଶିଷ୍ଟ ଚକ୍ଷୁ ବିଭାଗ ରୋଗୀଙ୍କ କାମରେ ଆସୁନି। ଏଥିସହିତ ଜିଲାରେ ସୁନେତ୍ର ଯୋଜନା ଫେଲ୍‌ ମାରିଥିବା ଅଭିଯୋଗ ହୋଇଛି। ଜିଲାର ଅନ୍ୟ କୌଣସି ଡାକ୍ତରଖାନାରେ ଚକ୍ଷୁ ବିଶେଷଜ୍ଞ ପଦବୀ ନ ଥିବାବେଳେ ଜିଲା ମୁଖ୍ୟ ଚିକିତ୍ସାଳୟରେ ୨ଟି ବିଶେଷଜ୍ଞ ପଦବୀ ଭିତରୁ ୨ଟି ଯାକ ଖାଲି ପଡ଼ିଛି। ଗତ ମାସରେ ଜଣେ ବିଶେଷଜ୍ଞ କାର୍ଯ୍ୟରେ ଯୋଗଦେଇଥିବା ବେଳେ ସେ ମଧ୍ୟ ସ୍ବାସ୍ଥ୍ୟଗତ କାରଣରୁ ଛୁଟିରେ ରହିଛନ୍ତି। କେବଳ ବିଶେଷଜ୍ଞ ନୁହନ୍ତି, ଜିଲା ମୁଖ୍ୟ ଚିକିତ୍ସାଳୟ ଓ ଉମରକୋଟ ସବଡିଭିଜିନାଲ ହସପିଟାଲକୁ ଛାଡିଦେଲେ ଜିଲାର ୧୦ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସହାୟକ ପଦବୀ ଖାଲି ପଡିଛି। ତେବେ ଚକ୍ଷୁ ପରୀକ୍ଷା ପାଇଁ ପ୍ରତି ଡାକ୍ତରଖାନାକୁ ବିଭିନ୍ନ ଉପକରଣ ପ୍ରଦାନ କରାଯାଇଥିବାବେଳେ ଡାକ୍ତର ଅଭାବ ଯୋଗୁ ସେଗୁଡିକ ବ୍ୟବହାର ନ ହୋଇ ଖତ ଖାଉଛି। ଫଳରେ ଜିଲାରେ ୧୦ଟି ବ୍ଲକ ୧୮୯ ପଞ୍ଚାୟତର ଲୋକ ଚକ୍ଷୁ ଚିକିତ୍ସା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି।
ସୂଚନାଯୋଗ୍ୟ, ଚକ୍ଷୁ ପରୀକ୍ଷା ଓ ଆବଶ୍ୟକ ସେବା ଯୋଗାଇଦେବା ପାଇଁ ଗତ ୨୦୧୮ରୁ ଜିଲାରେ ସୁନେତ୍ର ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନା ମାଧ୍ୟମରେ ସହାୟକଙ୍କ ସମେତ ବିଭିନ୍ନ ସ୍ବାସ୍ଥ୍ୟ ବିଭାଗର ଟିମ୍‌ ଗ୍ରାମାଞ୍ଚଳକୁ ଯାଇ ଶିଶୁଙ୍କଠାରୁ ଆରମ୍ଭ କରି ବୃଦ୍ଧାବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ଚକ୍ଷୁ ପରୀକ୍ଷା କରାଯାଇ ଯାହାର ପରଳ ଦୋଷ ରହିଛି ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଅସ୍ତ୍ରୋପଚାର କରାଯିବ। ଯାହାର ଚଷମାର ଆବଶ୍ୟକତା ରହିଛି ସେମାନଙ୍କୁ ମାଗଣାରେ ଚଷମା ପ୍ରଦାନ କରାଇବାର ବ୍ୟବସ୍ଥା ରହିଛି। କେବଳ ଗ୍ରାମାଞ୍ଚଳ ନୁହେଁ ବିଭିନ୍ନ ସ୍କୁଲକୁ ଗସ୍ତ କରି ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା କରିବା ଚକ୍ଷୁ ଦୋଷ ଥିବା ପିଲାଙ୍କୁ ମାଗଣାରେ ଚଷମା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଚକ୍ଷୁ ପରୀକ୍ଷାରେ ଏବେ ଆଶାକର୍ମୀଙ୍କୁ ମଧ୍ୟ ସାମିଲ କରାଯାଇ ସେମାନଙ୍କୁ ବିଭିନ୍ନ ଉପକରଣ ଦିଆଯାଇଛି। ତେବେ ଚକ୍ଷୁ ବିଶେଷଜ୍ଞ ଓ ସହାୟକ ପଦବୀ ଖାଲି ପଡିଥିବାରୁ ଜିଲାରେ ସୁନେତ୍ର ଯୋଜନା ଫେଲ୍‌ ମାରିଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ କରୋନା ପର ଠାରୁ ମୋବାଇଲର ବହୁଳ ବ୍ୟବହାର ଯୋଗୁ ଏବେ ଗତ ୨ ବର୍ଷ ହେବ ଜିଲାରେ ଚକ୍ଷୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ସଡକ ପରିବହନ ବିଭାଗ ପକ୍ଷରୁ ମୋଟର ଗାଡି ଲାଇସେନ୍ସ ପାଇଁ ମଧ୍ୟ ଚକ୍ଷୁ ପରୀକ୍ଷା ବାଧ୍ୟତାମୂଳକ ଓ ପ୍ରମାଣପତ୍ରର ଆବଶ୍ୟକ ପଡୁଛି। ତେବେ ଚକ୍ଷୁ ବିଶେଷଜ୍ଞ ଓ ସହାୟକ ପଦବୀ ଖାଲି ପଡିଥିବାରୁ ରୋଗୀ ଡାକ୍ତରଖାନାକୁ ଆସି ଫେରିକି ଯାଉଥିବା ଦେଖିବାକୁ ମିଳୁଛି। ଅନ୍ୟକ୍ଷରେ ରୋଗୀ ବାଧ୍ୟ ହୋଇ ବିଭିନ୍ନ ଚଷମା ଦୋକାନକୁ ଯାଇ ଅଧିକ ଟଙ୍କାରେ ଚକ୍ଷୁ ପରୀକ୍ଷା କରିବା ସହ ଚିକିତ୍ସିତ ହେଉଛନ୍ତି। ଯେଉଁ ଚଷମାର ଦାମ୍‌ ଶହେରୁ ୨ଶହ ଟଙ୍କା ତାକୁ ବିଭିନ୍ନ ଘରୋଇ କ୍ଲିନିକରେ ୧ହଜାରରୁ ଅଧିକ ଟଙ୍କା ଦେଇ କିଣିବାକୁ ପଡୁଥିବା ରୋଗୀ ଅଭିଯୋଗ କରୁଛନ୍ତି। ସେହିପରି ଅନେକ ରୋଗୀ ବାଧ୍ୟ ହୋଇ ପଡୋଶୀ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ରେ ଥିବା ଚକ୍ଷୁ କ୍ଲିନିକକୁ ଯାଇ ଚକ୍ଷୁ ପରୀକ୍ଷା ଓ ଅସ୍ତ୍ରୋପଚାର କରାଇ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ସିଡିଏମ୍‌ଓ କାଳୀ ପ୍ରସାଦ ବେହେରାଙ୍କୁ ପଚାରିବାରୁ ମୁଖ୍ୟ ଚିକତ୍ସାଳୟରେ ୨ ଜଣ ଚକ୍ଷୁ ବିଶେଷଜ୍ଞ ନିଯୁକ୍ତି ହୋଇଛନ୍ତି, ଜଣେ କାର୍ଯ୍ୟରେ ଯୋଗଦେଇ ଛୁଟିରେ ଥିବାବେଳେ ଅନେ ଜଣେ ଖୁବଶୀଘ୍ର କାର୍ଯ୍ୟରେ ଯୋଗଦେବେ ବୋଲି ସେ କହିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଗୁରୁତର ସହ ବିଚାର କରି ଜିଲାରେ ଖାଲିଥିବା ପଦବୀ ପୂରଣ କରିବାକୁ ଜନସାଧାରଣ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri