ଅକ୍ଷୟଙ୍କ ଫିଲ୍ମରେ ସୁନୀଲଙ୍କ ଏଣ୍ଟ୍ରି b

ବମ୍ବେ: ‘ଓଏମ୍‌ଜି ୨’ର ସଫଳତା ପରେ ଏବେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ‘ଓ୍ବେଲକମ୍‌ ୩’ ଉପରେ ପ୍ରଶଂସକଙ୍କ ନଜର। କିଛିଦିନ ତଳେ ଫିଲ୍ମରେ ଦୀଶା ପଟାନୀ ଏବଂ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଡିସଙ୍କ ଏଣ୍ଟ୍ରି ହୋଇଥିଲା। ଏବେ ଅଭିନେତା ସୁନୀଲ ସେଟ୍ଟୀ ମଧ୍ୟ ଫିଲ୍ମରେ ନଜର ଆସିବେ ବୋଲି ଜଣାପଡ଼ିଛି। ସୁନୀଲ ନିଜର ଚରିତ୍ରକୁ ନେଇ ଉତ୍ସାହିତ ଅଛନ୍ତି।

ପୂର୍ବରୁ ସୁନୀଲ ‘ଓ୍ବେଲକମ୍‌ ୩’ରେ ୟେଡା ଅନ୍ନା ଭୂମିକାରେ ନଜର ଆସିବେ ବୋଲି ଶୁଣିବାକୁ ମିଳୁଥିଲା। ହେଲେ ସେ କୌଣସି ପୁରୁଣା ନୁହେଁ ବରଂ ନୂଆ ହେବ ବୋଲି ସ୍ପଷ୍ଟ ହୋଇଛି। ତେବେ ଜାନୁୟାରୀ ୨୦୨୪ରେ ଏହାର ଶୁଟିଂ ଆରମ୍ଭ ହେବ।

Share