ଅଭିନେତାଙ୍କୁ କଡ଼ା ଜବାବ ଦେଲେ ସୁନୀଲ ସେଟ୍ଟୀ

ବଲିଉଡ୍‌କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥିବା ମହେଶ ବାବୁଙ୍କୁ କଡ଼ା ଜବାବ ଦେଇଛନ୍ତି ସୁନୀଲ ସେଟ୍ଟୀ। କିଛି ଦିନ ପୂର୍ବରୁ ମହେଶ ବାବୁ ବଲିଉଡକୁ ଟାର୍ଗେଟ କରି କହିଥିଲେ ଯେ, ବଲିଉଡରେ ସେ ସମୟ ନଷ୍ଟ କରିବାକୁ ଚାହୁଁନାହାନ୍ତି ଓ ବଲିଉଡ ତାଙ୍କୁ ଫିଲ୍ମ ପାଇଁ ଉପଯୁକ୍ତ ପ୍ରାପ୍ୟ ଦେଇ ପାରିବ ନାହିଁ । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ତେବେ ଏହାର ଜବାବରେ ସୁନୀଲ ସେଟ୍ଟୀ କହିଛନ୍ତି, ବାପା ସବୁବେଳେ ବାପା ହୋଇ ରହିବ। ବଲିଉଡ ସବୁବେଳେ ବଲିଉଡ ହିଁ ରହିବ। ଯଦି ଆପଣ ଭାରତକୁ ଚିହ୍ନିଛନ୍ତି, ତା’ହେଲେ ବଲିଉଡ ହିରୋଙ୍କୁ ମଧ୍ୟ ଆପେଆପେ ଚିହ୍ନ ପାରିବେ।

Share